STORYMIRROR

ମିତା ପଟନାୟକ

Abstract

4  

ମିତା ପଟନାୟକ

Abstract

ଫମ୍ପା କଙ୍କାଳ

ଫମ୍ପା କଙ୍କାଳ

1 min
23.4K

ସବୁ ସରିଗଲା ପରେ 

ପୁଣି ଏକ ଆରମ୍ଭ କୁ ଅପେକ୍ଷା 

ସମସ୍ତେ ଫେରିଗଲା ପରେ 

କାହାର ଆସିବା ବାଟକୁ ନିଘା 

ସବୁ ସାହାରା ମୁହଁ ଫେରେଇ ନେବା ପରେ 

କାହାର ଅଦେଖା ହାତ କୁ ଟାକି ଥାଏ କେଜାଣି 

ଜିଅନ୍ତା ସମ୍ପର୍କ କଙ୍କାଳ ହେଲାପରେ 

ପୁଣି ଜୀବନ୍ୟାସ ଦେବାର ଅହରହ ଚେଷ୍ଟା ରେ 

ନିମଗ୍ନ ଶିଳ୍ପୀ ଟିଏ ସତେ.... 


ବଡ଼ ନିଧଡ଼କ ସୃଷ୍ଟି କାଳେ ଏ ମଣିଷ 

ଆକାଶ ଯେଉଁଠି କଥା କୁହେ 

ସମୁଦ୍ର ସେଇଠି ହାତ ମିଳାଏ 

ଦୂର ଦିଗବଳୟ ର ଝରକା ଆରପଟେ

ଇତଃସ୍ତତଃ ହେଇ ପଡ଼ିଥିବା ସମ୍ପର୍କ କୁ

ସାଉଁଟି ଆଣି ଆକାର ଦେବାକୁ ମତ୍ତ ସେ ମଣିଷ,, 

ସବୁ ହରେଇ ସାରିବା ପରେ ବି 

ବେଶୀ କିଛି ଅଭାବବୋଧ 

ନଥାଏ ତାଠି 

ସବୁ ସାଧାରଣ 

ନିତିଦିନିଆ ହିସାବ କିତାବ 

ତଥାପି ସବୁ ହା ହତାଶ କୁ ସିଗାରେଟ ଧୂଆଁରେ 

ବିଲୀନ କରୁଥାଏ କ୍ଷଣ ପ୍ରତିକ୍ଷଣେ.... 

ସବୁ ଯେମିତି ତାର ରକ୍ତଗତ 

ଅଦେଖା ନିୟତି କୃତ 

ତେଣୁ ସବୁ ଗଲା ପରେ 

କିଛି ନହେବାର ପ୍ରମାଣ କରୁ କରୁ 

ସମୟ ସରି ସରି ଆସେ 

ରାତି ବୟସ୍କା ହୁଏ 

ଜୀବନ ପୃଷ୍ଠା ଓଲଟି ଯାଏ 

ପୁଣି ସକାଳ ଆସେ ::::

ଗହଳି ଭିତରେ ପୁଣି 

ସେଇ ପୁରୁଣା ଘଷରା ଅଭ୍ୟସ୍ତ ଜୀବନ 

ପାଦ ଘୋଷାରି ଚାଲୁଥାଏ..... 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract