ଫଳ-ରସ
ଫଳ-ରସ
ସାହିତ୍ୟ ବୃକ୍ଷରେ କବିତା ହିଁ ଫଳ
ଫଳରେ ରସ,କବିତାରେ ବି ରସ
କବିତା ପାଠରେ ହୃଦୟ ଓ ଆତ୍ମା ରସାସିକ୍ତ
ରସ ବିହୀନ କବିତା ,ଏକ ଶୁଷ୍କ କାଷ୍ଠ
ହୃଦୟ ରସାସିକ୍ତ ହେଲେହେଁ କବିତା
କବିତା ସବୁଜ ନୁହେଁ ,ପକ୍ବ ଫଳ ଓ ରଙ୍ଗୀନ
କବିତା ବୃକ୍ଷ ର ଯତ୍ନକାରୀ ବି ରଙ୍ଗିଆ
ରଙ୍ଗିଆ ହେଲେହିଁ ଫଳ ଓ କବିତା ରଙ୍ଗୀନ।
ରସ ଅଛି ରସକଲ୍ଲୋଳ ରେ
ଭରପୁର ରସ,କୃଷ୍ଣ ରସ, ରସ ର ସାଗର
ରସ ଅଛି ବୈଦେହୀଶ ବିଳାସ ରେ
ସାହିତ୍ୟର ମଞ୍ଜ ରସ, ରାମ ରସ,ସମ୍ରାଟିଆ ରସ
କାବ୍ୟ ସାରା ରସରେ ପ୍ଲାବିତ
ଯେତେ ଥର ପିଇଲେ ନୂଆ ନୂଆ ସ୍ଵାଦ
ପ୍ରକୃତ ରସର ସ୍ଵାଦ ହିଁ ନିଆରା ।
କାବ୍ୟ କବିତାରେ ରୂପକ,ତୁଳନା ସଂଶ୍ଳିଷ୍ଟ
ଜୀବନ୍ତ ନୁହେଁ, ଅପରାଜୟ, ଅମର
ପଙ୍କ୍ତି ପଙ୍କ୍ତି ରେ ରହସ୍ୟ,ଭାବପୂର୍ଣ୍ଣ ଆବେଗ
ଭାବାର୍ଥ ହୃଦୟଙ୍ଗମ ପାଠକ ମହଲେ
ପୁରୁଣା କାବ୍ୟ କବିତା ହିଁ ଚଳନ୍ତି ପ୍ରତିମା ।
<
/p>
ପଥ-ଭ୍ରଷ୍ଟ ଏ ଯୁଗର କବିତା ଓ କବି
ଭିତ୍ତିଭୂମି ନ ଥାଇ କବିତା
ଶସ୍ତା କଥା କୁହା ଭାଷାରେ କବିତା ଲିଖିତ
କ୍ଷଣସ୍ଥାୟୀ ଅପଦାର୍ଥ ମୂଲ୍ୟହୀନ ସମ
ନିଜକୁ ସ୍ଵଘୋଷିତ କବିର ଆଖ୍ୟା
କବି ଓ କବିତା ନାମରେ କଳଙ୍କ।
ବାଦ୍ୟ ରେ ସୁର ତାଳ ଲୟ ପରି
କବିତାରେ ଉପମା,ଅଳଙ୍କାର ଓ ରୂପକ
ଛନ୍ଦ,ପଦ,ଭାଷାର ବିନ୍ୟାସ
ଶବ୍ଦ ଓ ପଦ ପଦ ରେ ରସ
ହୃଦୟ ସହିତ ଆତ୍ମାର ନିବେଶ
କବିତାରେ ଭରି ହେବ ରସ ରସ।
ଆଧୁନିକ କବିତାରେ ବି ରସ ନିହାତି ଜରୁରୀ
ସଭ୍ୟତାର ବିକାଶ ରେ,ରସର ବି ଉନ୍ନତି କରଣ
ଠିକ୍ ଫାଇଭ ଟି ପରି
ପୁରୁଣା ସ୍କୁଲ୍ ଘର କୁ,ନୂଆ ରଙ୍ଗ
ପୁରା ଚକା-ଚକ୍ ,ଆଧୁନିକ ଉପକରଣ ସହିତ
କବିତା ବି ହେଉ ରସରେ ପ୍ଲାବିତ
ଯେତେ ଡିଜିଟାଲ ହେଲେ ବି,ରସ ରହିବାକୁ ହେବ
କବିତାର ପଦେ ପଦେ ରହୁ ରସ ଆଉ ରସ
ଏକ ସ୍ଵରରେ କହିବା,କବିତା-ଫଳ-ରସ
କବିତା ପାଠ କଲେ,ଆତ୍ମା ଓ ହୃଦୟ ସରସ।