STORYMIRROR

SUKANTA KHANDA

Abstract

4  

SUKANTA KHANDA

Abstract

ଫଳ ଓଲଟି ଗଲା

ଫଳ ଓଲଟି ଗଲା

1 min
296


ଶାଶୂଙ୍କ ସକାଶେ ଦରଦ ନ ଥୋଇ

   ସନ୍ତାନ ପାଇଁକି ବୋହୂ

ସ୍ନେହ ଓ ଶ୍ରଦ୍ଧାକୁ ଆପଣେଇଥିଲା

   ମୋହେ ବଶବର୍ତ୍ତୀ ବହୁ।


ଖାଇବା ନ ଦେଇ ଭୋକିଲା ରଖିଲା

   କହିଲେ କୁହଇ ଯାଅ

ପୁଅ ଝିଅ ମୋର ଉପାସ ରହିବେ

   ପାଣି ଟୋପେ ପିଇଥାଅ।


ଲୁହ ଛଳଛଳ ଶାଶୂଙ୍କ ଜୀବନ

   ବଡ଼ ହିଁ ନିର୍ମାୟା ଅଟେ

କିଛିହିଁ ନ କହି ଧନ୍ଯବାଦ ସହ

   ମୁଖରେ ଜୁଆର ଛୁଟେ।


ଦିନେ ହେଲେ ସିଏ ଅଭିଶାପ ଅବା

   ଉତ୍ତରଟେ ଦେଇ ନାହିଁ

ଆର ବୋହୂ କିଏ ଦେଲେ ଖାଇନେବ

   ଭାବେ ଈଶ୍ବରଙ୍କୁ ଚାହିଁ।


ଜନ୍ମ କରିଥିଲା ପାଞ୍ଚପୁଅ ସିଏ

   ଭବିଷ୍ଯ ଉଜ୍ଜଳ ପାଇଁ

ହେଲେ ବଡ଼ ବୋହୂ ନୀଚ୍ଚତା ମନରେ

   ଖାଇବାକୁ ଦେବ କାହିଁ ।


ସମୟଟା ସତେ ବଡ଼ ବଳବାନ

   ବୋହୂ ଦିନେ ଶାଶୂ ହେଲା

ତାର ବୋହୂ ମଧ୍ଯ ଶାଶୂଙ୍କ ସକାଶେ

   ଖାଇବା ମୋଟେ ନ ଦେଲା।


ଆଜି ତାର ଆଖି ବୈତରଣୀ ପରି

   ବହୁଅଛି କଳକଳ

ଅନୁତାପେ ସଢି଼ ଧିକ୍କାର କରୁଛି

   ଥିଲାବୋଲି ଦେହେ ବଳ।


ବୟସ ଅଛି ନା ବଳ ତାର ଅଛି 

   କରିବ ସେ ରୋଜଗାର 

ନିଇତି ଯୋଡୁଛି ତାର ଶାଶୂ ପାଇଁ

   ସହୃଦୟେ କ୍ଷମାକର।


ନିଜର ହାତରେ ନିଜର ଗୋଡ଼କୁ

   ହାଣିବାରେ ଆନନ୍ଦକୁ

ସଂସାର ସାଗରେ ଅଭାବ ହିଁ ନାହିଁ

   ଓଲଟା କର୍ମ ହେବାକୁ।


ହେ ନାରୀ ଜଗତ ବେଳ ଥାଉଁଥାଉଁ

   ଥରେ ତ ସଜାଗ ହୁଅ

ନ ହେଲେ ନିଜର ଅପକର୍ମ ପାଇଁ

   ଲୁହେ ଗାଧୋଇବ ଯାଅ।


Rate this content
Log in

Similar oriya poem from Abstract