ପହଲି ବରଷା
ପହଲି ବରଷା
ମନ ଆବେଗ ର ଇନ୍ଦ୍ରଧନୁ ତୁମେ
ଆଦ୍ୟ ଆଷାଢ଼ ର ବାରି,
ତୁମ ସହ ଭିଜି ହଜିବାକୁ ଚାହେଁ
ବରଷା କୁ ପ୍ରିୟ କରି।
ପହଲି ବରଷା ଭିଯାଏ ଯେତିକି
ହଜାଏ ସେତିକି ଜାଣି,
ସ୍ମୃତି ସବୁ ଯେତେ ଧୀରେ ଝରିପଡେ
ଯେସନେ ଆକାଶୁ ପାଣି।
ଲିଭିଯାଏ ଯେତେ ତିକ୍ତ ତାତି ର
ନିଦାଘ ର ନିଷ୍ଠୁରତା,
ଭରିଦିଏ ସେତେ ପଲ୍ଲବ ପ୍ରାଣ ରେ
ମନେ ଦିଏ ମାଦକତା।
ମୌସମୀ ସାଥିରେ ତୁମ ଉପସ୍ଥିତି
ଆବେଗ ରେ ବେଗ ଧରେ,
ମନୋରମ ଦିଶେ ଓଦା ଓଦା ସନ୍ଧ୍ୟା
ପ୍ରିତିମୟ ଫୁଲ ଝରେ।
ଚମକେ ଆକାଶେ ବିଜୁଳି ର ଛାଇ
ଭରି ଦିଏ ମନେ ଭୀତି,
ଅନ୍ଧାର ଆଲୁଅ ଲୁଚକାଳି ଖେଳେ
ଜାଣି ତୁମ ଉପସ୍ଥିତି।