STORYMIRROR

Pratima Satpathy

Classics

4  

Pratima Satpathy

Classics

ପହିଲି ଭୋଗ

ପହିଲି ଭୋଗ

1 min
253


ମର୍ତ୍ତ୍ୟ ବୈକୁଣ୍ଠରେ ପ୍ରଭୁ ଜଗନ୍ନାଥ

    ମାନବୀୟ ଲୀଳା ଖେଳା

ଦ୍ୱାପର ଯୁଗରେ ପ୍ରଭୁ ଶ୍ରୀକୃଷ୍ଣଙ୍କ

    ଗୋପପୁରେ ଯେତେ ଲୀଳା।

ଶ୍ରୀକ୍ଷେତ୍ରରେ ସବୁ ହୁଅଇ ପାଳନ

    ରୀତି ନୀତି ଅନୁଯାୟୀ 

ଧନୁ ସଂକ୍ରାନ୍ତି ଠୁ ମକର ସଂକ୍ରାନ୍ତି

    ପହିଲି ଭୋଗ ହୁଅଇ ।

ଏହି ସମୟରେ ମାଆ ମହାଲକ୍ଷ୍ମୀ

    ପିତ୍ରାଳୟ ଯାଇଥାନ୍ତି

ସେଥିପାଇଁ ପରା ମାଆ ଯଶୋମତୀ

    ବଡ ଦେଉଳ ଆସନ୍ତି।

ପ୍ରଭାତରୁ ଉଠି ନାନାଦି ସୁସ୍ୱାଦୁ

    ବ୍ୟଞ୍ଜନ ପ୍ରସ୍ତୁତ କରି

ବାତ୍ସଲ୍ୟ ସ୍ନେହରେ ଅଭିଭୂତ ହୋଇ

    ଡାକନ୍ତି ସେ ରାମ ହରି।

ଉଠ ଉଠ ମୋର ରଙ୍କୁଣୀ ରତନ

    ଖାଇବ କୋଳରେ ବସି

ମାଆ ଡ଼ାକ ଶୁଣି କୃଷ୍ଣ ବଳରାମ

    ଆସନ୍ତି ହୋଇଣ ଖୁସି।

ମାଆ କୋଳେ ବସି ବଡ ଝିଲି ବଡ

    ବଡା, କାକରା ଅମାଲୁ

ବଡ ସୁଆବଡ଼ି, ଆରିସା, ଏଣ୍ଡୁରି

   ମୁଗେଇ, ସାନ ଅମାଲୁ।

ଝଡେଇ ନଦା, ଚୁଡ଼ା ପୁଆ, ଛତୁଆ

    ଲଡୁ ଗଜା, ଖଇ ଚୂଳ

ଗଇଁଠା, ମଣ୍ଡା, ନଳୀ କଣ୍ଟେଇ ସହ

    ବଡ଼ି କେତେ ପ୍ରକାରର।

ବଡ଼ି ଭୋରରୁ ପାଞ୍ଚ ଉପଚାର

   ପୂଜା ହୋଇ ଲାଗି ହୁଏ

ବାତ୍ସଲ୍ୟ ମମତାର ଏ ନିଦର୍ଶନ

    ପବିତ୍ର ବନ୍ଧନ ଟିଏ।

ଷୋଡ଼ଶ ଖ୍ରୀଷ୍ଟୀୟ ଶତାବ୍ଦୀଠାରୁ ଯେ

    ଏହି ପୂଜା ଚାଲୁଅଛି

ମାଦଳା ପାଞ୍ଜିରେ ଏହି ସବୁ କଥା

    ଲେଖା ହୋଇ ରହିଅଛି।

ଜୟ ଜଗନ୍ନାଥ କାଳିଆ ସାଆନ୍ତ

    ଓଡ଼ିଶା ବଡ ଠାକୁର

ଏହିପରି ପ୍ରଭୁ ତୁମ ଲୀଳା ଖେଳା

     ଚାଲୁଥାଉ ନିରନ୍ତର।


Rate this content
Log in

Similar oriya poem from Classics