ଫିକା ଯୌବନରେ
ଫିକା ଯୌବନରେ
ମୋ ମନର ରଙ୍ଗ
ଆଜି ଫିକା
ଫିକା ପଡିଯାଏ ମୁହଁ ।
ଅନେକ ଦିନ ତଳୁ
ନିଆଁରେ ବସିଥିବା
ଲୁହା କଡ଼େଇଟା
ତାତି ଆଜି
ଲାଲ ଟହ ଟହ ।
ଫିକା ଆଜି
କୋଣାର୍କର କାରୁକାର୍ଯ୍ୟ
ଫିକା ଲାଗେ
ବାରଶହ ବଢେଇର
କର୍ମ କୁଶଳତା ।
ଭଗ୍ନାବଶେଷ ଖଣ୍ଡଗିରି
ଫିକା ଶିଳ୍ପୀ କାରିଗରୀ
ମୃତ ସାକ୍ଷୀଟିଏ ପରି ।
ଫିକା ଆଜି ତୁମ
ସେ ବାଡି ଅଗଣା
ଗୋଲାପ ଗଛଟା
ଆଜି ଫିକା
ସମାଜର କୀଟପତଙ୍ଗରେ ।
ଫିକା ଆଜି ମୁଁ
ସମସ୍ତେ ଆଜି
ମୋର ମୃତ୍ୟୁ ଅପେକ୍ଷାରେ
ଫିକା ଶରୀରରେ ।
ସୁନ୍ଦର କଳି ଆଜି ଫିକା
ସୌନ୍ଦର୍ଯ୍ୟ ଆଜି ଫିକା
ଅନ୍ୟର ବଗିଚା ଭିତରେ ।
ରକ୍ତିମ ସୂର୍ଯ୍ୟ ଆଜି ଫିକା
ସେ ପ୍ରଚଣ୍ଡ ରୌଦ୍ରତାପରେ
ମୋରି ଫିକା ଯୌବନରେ ।

