STORYMIRROR

Sunanda Mohanty

Romance Thriller Others

4  

Sunanda Mohanty

Romance Thriller Others

ଫଗୁଣ ତତେ ମୋ ରାଣ

ଫଗୁଣ ତତେ ମୋ ରାଣ

1 min
0



ଆମ୍ବ ବଉଳ ଡାଳେ କୋଇଲି ବସି
କୁହୁ ତାନ ତୋଳେ ଆସ୍ତେ ଆସ୍ତେ
ପ୍ରଜାପତି ଗାଏ ଗୀତ ମଳୟ ବସନ୍ତେ
ସଂଗୀତ ତାଳେ ଫଗୁଣ ବିତେ
ଭଅଁର ଟା ଉଡି ବୁଲି ଫୁଲକୁ ଫୁଲ
ପଳାଶ ଫୁଟେ ଓ ଲୋଟେ ବନସ୍ତେ
ଅଶୋକ ବକୁଳ ଆଦି ଫୁଲ ଵଉଳେ
କବି ମନ ପ୍ରାଣ ସତେଜ କେତେ
ଫଗୁଣ ହେନା ବେଦରଦୀ ଯାନା ଫେରି
ଆଦ୍ୟ ବସନ୍ତ ର ଋତୁଟେ କହନ୍ତି ତତେ
ଏତେ ରଙ୍ଗ ନେଇ ମନ ଗଲୁ ମୋହି
ଫେରିଯିବୁ ଯଦି ଭାବୁଥିବେ ଜଗତେ
ଆସିଥିଲା ଧାଇଁ ଜୀବନ ମନସ୍କ ପାଇଁ 
 କବିତା ସଂଗୀତ ଲେଖି କେ କେତେ
ଝୁରି ମଧୁମାସ ସ୍ବର୍ଣ୍ଣମାସ ଗଲା କେମନ୍ତେ
ଅବିଗୁଣ ତୁ ହୁଅନା ଫଗୁଣ 
ରଙ୍ଗ ଆଣି ଆସିଛୁ ଯେତେ 
ତୁ ଗଲା ପରେ କବିର ପରାଣ 
ତୁ କି ଜାଣିବୁ କାନ୍ଦିବ କେତେ 
ଝରା ପତର ସାଙ୍ଗକୁ ଫୁଙ୍ଗୁଳା 
ଗଛ ସବୁ ଥୁଣ୍ଟା ଲାଗନ୍ତି ଏତେ 
ମଳୟ ବହିଲେ ଶୀତ ଛାଡିଗଲେ 
ନବପଲ୍ଲଵ କଅଁଳି ବେତେ 
ଧାରାକୁ ସଜାଇ ରାଣୀ ରଙ୍ଗ ମୁରୁଜ ବୁଣି
ଫଗୁଣ ଯାଆନା ଛାଡ଼ିକି ମତେ 
ତୁ କି ଜାଣୁ ଫଗୁଣ ଲୁହ ରେ ଚିଠି 
ଲେଖିବି ଯେତେ ଲହୁ ପରସ୍ତେ 
ଫଗୁଣ ପରାଣ କବି କବୟିତ୍ରୀ ଗଣ
ଅକ୍ଷୟ ମହାନ୍ତି ଲେଖିଲେ ଗୀତେ
ଆମ୍ବ ବଉଳ ଡାଳେ କୋଇଲି ବସି
କୁହୁ ତାନ ତୋଳେ ଆସ୍ତେ ଆସ୍ତେ
ପ୍ରଜାପତି ଗାଏ ଗୀତ ମଳୟ ବୋଲେ
ସଂଗୀତ ତାଳେ ଫଗୁଣ ବିତେ
ଭଅଁର ଟା ଉଡି ବୁଲି ଫୁଲକୁ ଫୁଲ
ପଳାଶ ଫୁଟେ ଓ ଲୋଟେ ମସ୍ତେ
ଅଶୋକ ବକୁଳ ଆଦି ଫୁଲ ଵଉଳେ
କବି ମନ ପ୍ରାଣ ସତେଜ କେତେ
ଫଗୁଣ ହେନା ବେଦରଦୀ ଯାନା ଫେରି
ଆଦ୍ୟ ବସନ୍ତ ର ଋତୁଟେ କହନ୍ତି ତତେ
ଏତେ ରଙ୍ଗ ନେଇ ମନ ଗଲୁ ମୋହି
ଫେରିଯିବୁ ଯଦି ଭାବୁଥିବେ ଜଗତେ
ଆସିଥିଲା ଧାଇଁ ଜୀବନ ମନସ୍କ ପାଇଁ 
 କବିତା ସଂଗୀତ ଲେଖି କେ କେତେ
ଝୁରି ମଧୁମାସ ସ୍ବର୍ଣ୍ଣମାସ ଗଲା ରଙ୍ଗ ଛାଡ଼ି 
ଆଣିଦେଇଥିଲା ଆଦ୍ୟ ବସନ୍ତେ


Rate this content
Log in

Similar oriya poem from Romance