ହଜାରେ କୋଇଲି କହୁ କୁହୁ କୁହୁ
ହୋଇ ଟୋପାଟିଏ ମହୁ
ମୃଦୁ ମଳୟ ଯେତେ ବହୁଥାଉ
ଶବ୍ଦ କରି ସୁଉ ସୁଉ
ରାଣୀ ମହୁମାଛି କରୁ ଗୁଣୁ ଗୁଣୁ
ରୁପସୀହାତ ପରି ଚୁଡ଼ି ରୁଣୁଝୁଣୁ
ଫଗୁଣ ଲାଜେଇ ଯାଉ
ପଳାଶ ରଙ୍ଗ ବୋଳି ଦେହସାରା
ଫଗୁଣ ପିଆଏ ରଙ୍ଗର ଜାଉ
ନବପଲ୍ଲବିତ ପତରେ ପତରେ
ଧରଣୀ ରାଣୀ ଶୋଭା ଦିଶେ ଦାଉ ଦାଉ
କେତକୀ ମାଳତୀ ମଧୁମତୀ ଦାଉ
ଫଗୁଣ ରୁପସୀ ଦିଶେ ବାରମାସୀ
ସାତରଙ୍ଗ ବୋଳି ହେଉ ହେଉ
ତୁ ଗଲାପରେ କାନ୍ଦ କାନ୍ଦ ସଞ୍ଜ ଅସହଜ
ଜୀବନ ବିତିବ କେମିତି ଆଉ
ନଈ ଚାହେଁ ଫେରି କିଏ ଦେଲା ସାତଫେରି
ରଙ୍ଗ ପରାଭାବ ପାଉ
ରାଧା ଗୋବିନ୍ଦ ଦୋଳେ ଝୁଲା ଝୁଲି
ଫଗୁଣେ ଫଗୁର ଭାଉ
ଋତୁ ଆସୁ ଯାଉ ଫଗୁଣ ଵି ଯିବ
ଝଲସିବ ରଙ୍ଗ ମହୁ
ମହୁମାଛି ପୁଣି ପ୍ରଜାପତି ପଛକୁ ଲେଉଟି
ରଙ୍ଗ କିଏ ନେଲା ନେଉ
ଫୁଲ ଅବିଗୁଣେ ନଯାଉ ଫଗୁଣେ
ଉଡି ଉଡି ଭଅଁର କହୁ
ଏତେ ରଙ୍ଗ ଆଣି ଆସିଲୁ ଫଗୁଣ
ଶାଗୁଆ ଶାଢ଼ୀ ଟା ଧରଣୀ ରାଣୀ
ଦେହରେ ପକେଇ ରହୁ
ଯାଆନା ଫଗୁଣ ତତେ ମୋ ରାଣ
ରଙ୍ଗ ଅବୀର ପରଷିବ କିଏ ଆଉ.
,,,,,,,,,,,,,,,,