STORYMIRROR

MADHU MITA

Classics Inspirational

3  

MADHU MITA

Classics Inspirational

ଫେରନ୍ତା ସ୍ବପ୍ନ

ଫେରନ୍ତା ସ୍ବପ୍ନ

1 min
181


କେତେ ସପନର ଭାର ନେଇ ସତେ

କାନ୍ଧ ଉପରେ ଯତ୍ନେ ଥୋଇ ଦେଇ

ବାହାରିଲା ସିଏ ପୂରଣ କରିବ

ନିଜ ସବୁ ଶକ୍ତି ସାମର୍ଥ୍ୟ ଲଗେଇ

ଡାକ୍ତର ଟିଏ ଯେ ନାହିଁ ତା ଗାଆଁରେ

ରୋଗୀ ହୁଏ ଏଠି କେତେ ହନ୍ତସନ୍ତ

ବାପ ତାର ସ୍ବପ୍ନ ଦେଖିଛି ସେ ହେବ

ଡାକ୍ତର ଟିଏ ଯେ ସତେ ହୃଦବନ୍ତ

ପଇସା ଅଭାବ ସାଧିଲା ବାଧକ

ତଥାପି ପଢିଲା କଷ୍ଟରେ ସେ ପାଠ

ଗାଆଁ ଦାଣ୍ଡ ଛାଡ଼ି କଲେଜକୁ ଗଲା

ଭାଗ୍ୟ ଦେଖେଇଲା ତାକୁ ନୂଆ ବାଟ

ସାଙ୍ଗଟେ କହିଲା ୟୁକ୍ରେନକୁ ଯିବା

ଶସ୍ତା ସେଠି ହୁଏ ପାଠ ମେଡିକାଲ

ଆମ ଦେଶରେ ତ ଡାକ୍ତରୀ ପଢ଼ିବା

ସତରେ ବହୁତ ଲାଗେ ମୁସକିଲ

ତା କଥା ଶୁଣି ତେର ନଈକୁ ସେ ଡେଇଁ

ସାତ ସାଗରକୁ କରିଦେଇ ପାରି

ଆସିଛି ପଢ଼ିବ ଡାକତର ପାଠ

ପଢ଼ିଛି ଗାଆଁରେ କିନ୍ତୁ ଏବେ ହୁରି

ଋଷ୍ ବୋଲି ଏକ ଦେଶରେ ଅଛି ଯେ

ପୁଟିନ ନାମର ଏକ ରାକ୍ଷସ

ୟୁକ୍ରେନ ଦେଶକୁ ନାଶ କରିଦେବ

ମୂଳରୁ ଚୁଳକୁ କରିଦେବ ଶେଷ

ବୋମା ପକାଉଛି ତାଣ୍ଡବ ରଚୁଛି

କିଏ ସେଠି ଏବେ ବଞ୍ଚିବ କି ଆଉ

ସତେ କି ପୁଅ ତା ଫେରିବ ସେ ଦେଶୁ

ବୁଢ଼ା ଜୀବନଟା ବଂଚି ଥାଉ ଥାଉ

ସରକାର ଆମ ସାହାସ କରିଲେ

ଭାରତୀୟଙ୍କୁ ସେଠୁ ଆଣି ଦେଲେ

ପୁଣି ସ୍ବପ୍ନ ଆଜି ଆସିଲା ଆଖିକୁ

ସଭିଏଁ ଖୁସିରେ ଫେରି ଯେ ଆସିଲେ ।

କ୍ରମଶଃ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics