ଫେରନ୍ତା ସ୍ବପ୍ନ
ଫେରନ୍ତା ସ୍ବପ୍ନ
କେତେ ସପନର ଭାର ନେଇ ସତେ
କାନ୍ଧ ଉପରେ ଯତ୍ନେ ଥୋଇ ଦେଇ
ବାହାରିଲା ସିଏ ପୂରଣ କରିବ
ନିଜ ସବୁ ଶକ୍ତି ସାମର୍ଥ୍ୟ ଲଗେଇ
ଡାକ୍ତର ଟିଏ ଯେ ନାହିଁ ତା ଗାଆଁରେ
ରୋଗୀ ହୁଏ ଏଠି କେତେ ହନ୍ତସନ୍ତ
ବାପ ତାର ସ୍ବପ୍ନ ଦେଖିଛି ସେ ହେବ
ଡାକ୍ତର ଟିଏ ଯେ ସତେ ହୃଦବନ୍ତ
ପଇସା ଅଭାବ ସାଧିଲା ବାଧକ
ତଥାପି ପଢିଲା କଷ୍ଟରେ ସେ ପାଠ
ଗାଆଁ ଦାଣ୍ଡ ଛାଡ଼ି କଲେଜକୁ ଗଲା
ଭାଗ୍ୟ ଦେଖେଇଲା ତାକୁ ନୂଆ ବାଟ
ସାଙ୍ଗଟେ କହିଲା ୟୁକ୍ରେନକୁ ଯିବା
ଶସ୍ତା ସେଠି ହୁଏ ପାଠ ମେଡିକାଲ
ଆମ ଦେଶରେ ତ ଡାକ୍ତରୀ ପଢ଼ିବା
ସତରେ ବହୁତ ଲାଗେ ମୁସକିଲ
ତା କଥା ଶୁଣି ତେର ନଈକୁ ସେ ଡେଇଁ
ସାତ ସାଗରକୁ କରିଦେଇ ପାରି
ଆସିଛି ପଢ଼ିବ ଡାକତର ପାଠ
ପଢ଼ିଛି ଗାଆଁରେ କିନ୍ତୁ ଏବେ ହୁରି
ଋଷ୍ ବୋଲି ଏକ ଦେଶରେ ଅଛି ଯେ
ପୁଟିନ ନାମର ଏକ ରାକ୍ଷସ
ୟୁକ୍ରେନ ଦେଶକୁ ନାଶ କରିଦେବ
ମୂଳରୁ ଚୁଳକୁ କରିଦେବ ଶେଷ
ବୋମା ପକାଉଛି ତାଣ୍ଡବ ରଚୁଛି
କିଏ ସେଠି ଏବେ ବଞ୍ଚିବ କି ଆଉ
ସତେ କି ପୁଅ ତା ଫେରିବ ସେ ଦେଶୁ
ବୁଢ଼ା ଜୀବନଟା ବଂଚି ଥାଉ ଥାଉ
ସରକାର ଆମ ସାହାସ କରିଲେ
ଭାରତୀୟଙ୍କୁ ସେଠୁ ଆଣି ଦେଲେ
ପୁଣି ସ୍ବପ୍ନ ଆଜି ଆସିଲା ଆଖିକୁ
ସଭିଏଁ ଖୁସିରେ ଫେରି ଯେ ଆସିଲେ ।
କ୍ରମଶଃ