Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

pravasini Senapati

Tragedy

3  

pravasini Senapati

Tragedy

ଫେରିଯାଅ ତୁମେ ଫେରିଯାଅ

ଫେରିଯାଅ ତୁମେ ଫେରିଯାଅ

1 min
241


ଫେରିଯାଅ ତୁମେ.....ଫେରିଯାଅ

ଯେଉଁଠାରୁ ଆସିଥିଲ ସେଇଠିକୁ...

ଟିକିଏ ତ ବଞ୍ଚିବାକୁ ଦିଅ ,

 ଫେରାଇ ଦେଇ ଆମକୁ

ଆମ ସେ ହଜିଲା ଅତୀତ

ହଜିଯାଅ ତୁମେ.....ହଜିଯାଅ ।

ଫେରିଯାଅ ତୁମେ ଫେରିଯାଅ ।


ଦେଇ ପାରିବକି ଗୋଟିଏ ଜୀବନ ?

ତେବେ କେଉଁ ଅଧିକାର ରେ.....

ଛଡାଇ ନେଉଛ ତୁମେ

ଶହ ଶହ ନିରୀହ ଜୀବନ ??

କେତେ ମା'କୋଳ ଶୂନ୍ୟ କରି,

କେତେ ନିରୀହ ପିଲାଙ୍କୁ ଅନାଥ କରି ।

ତେଣୁ ଫେରିଯାଅ ତୁମେ ଫେରିଯାଅ ।


କେତେ ଛଟପଟ ହୋଇ

ପ୍ରଶ୍ୱାସ ଟିକିଏ ପାଇଁ

ତୁମ ପାଶେ କରି କେତେ କାକୁତି ମିନତୀ 

କୁଆଡ଼େ ଯେ ମିଳାଇ ଯାଉଛନ୍ତି

ନିମିଷକ ମଧ୍ୟରେ .....

ସାରୁ ପତ୍ରର ଜଳ ବିନ୍ଦୁ ପରି ।

ଫେରିଯାଅ ତୁମେ ଫେରିଯାଅ ।


ଏଡିକି ନୃଶଂସ ତୁମେ......

ଦେଖିକିବା ପାରୁନାହିଁ

କଅଁଳା ଛୁଆଟା କିପରି ମା କୁ ହରାଇ......

ଆଉଟ ପାଉଟ ହେଉଛି

ଢୋକେ କ୍ଷୀର ପାଇଁ  ।

କୁଢ଼ କୁଢ଼ ଶବ ଭିତରେ......

ତା ମାଆ କୁ ସେ ପାରିବକି ପାଇ ?

ତେଣୁ ଫେରିଯାଅ ତୁମେ.... ଫେରିଯାଅ ।


 ହେଇ ଦେଖ !

କେତେ ଆଶା ନେଇ ଆସିଥିବା.....

ନବ ବଧୂଟି ଆଜିବି ତା ସ୍ୱାମୀର ପ୍ରତିକ୍ଷାରେ 

ସିନ୍ଦୁରରେ ସୀମନ୍ତ ସଜେଇ

ଚାହିଁ ବସିଛି ଫେରିବା ବାଟ କୁ.....

ହେ ନିର୍ଦ୍ଦୟ !

ଫେରିଯାଅ ତୁମେ ଫେରିଯାଅ ।

ଫେରିଯାଅ ତୁମେ ଫେରିଯାଅ ।।


Rate this content
Log in

Similar oriya poem from Tragedy