Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalpana Satapathy

Abstract Tragedy Classics

4.7  

Kalpana Satapathy

Abstract Tragedy Classics

ଫେରିଯା ପଥିକ

ଫେରିଯା ପଥିକ

1 min
409


ଅବକ୍ଷୟମୁଖୀ ଏ ସମୟ

ବାରିଠୁ ବାରିଦଯାଏ ଏଠି

ଛଳନାର ଭୟ

ମୁହୂର୍ତ୍ତର ମୃତ୍ୟୁପଣ ଏଠି

କରିଛି ଅଥୟ।

ତୁ ତ ନିରୀହ ପଥିକଟେ

ଜାଣି ନାହୁଁ ମୁଖାପିନ୍ଧା

ମଣିଷ ର ମନ

ଏଠି ଖାଲି ବୋମାଫୁଟେ

ଖୁସିରେ ବାରୁଦ ଫାଟେ

ଭୟର ଖୋଳପା ପିନ୍ଧେ

ଆଖି ତଳ ସୂନେଲି ସପନ,

ପିଷାଚର ପେଷା ହସ

ଅକାଳରେ ଲୁଟେ

କେତେ ନିରୀହ ଜୀବନ।

ତୋ ମନେ ନାହିଁ ଛନ୍ଦ

ହେଲେ ଏଠି ଖାଲି ଦୃଶ୍ୟମାନ

ହୁଏ ମାୟାର ବଳୟ

କାୟା ବିସ୍ତାର କରେ

ଲୋଭ, ଲାଳସା, ଆସକ୍ତି ର ଭ୍ରମ,

ମୁଁ ମା ଆଜି ବି ବିବର୍ଣ୍ଣା

ମୋ କୋଳରେ ନାହିଁ ସ୍ଥାନ

ତୁ କେଉଠି ଧରିବୁ ଜୀବନ।

ଫେରିଯା ତୁ ପଥିକ

ଅନୁତାପର ଝଡ ଏଠି

ବୋଲ ବି ମାନେ ନାହିଁ,

ଅସୁମାରୀ ସ୍ନେହ

ଏଠି ହୋଇଛି ପରାସ୍ତ

ବେପାରୀ ପୁଅଟିଏ ତୁହି

କେଉଠି କରିବୁ ଅବସ୍ଥାନ।



Rate this content
Log in

Similar oriya poem from Abstract