STORYMIRROR

Kalpana Satpathy

Abstract Tragedy Classics

4  

Kalpana Satpathy

Abstract Tragedy Classics

ଫେରିଯା ପଥିକ

ଫେରିଯା ପଥିକ

1 min
389

ଅବକ୍ଷୟମୁଖୀ ଏ ସମୟ

ବାରିଠୁ ବାରିଦଯାଏ ଏଠି

ଛଳନାର ଭୟ

ମୁହୂର୍ତ୍ତର ମୃତ୍ୟୁପଣ ଏଠି

କରିଛି ଅଥୟ।

ତୁ ତ ନିରୀହ ପଥିକଟେ

ଜାଣି ନାହୁଁ ମୁଖାପିନ୍ଧା

ମଣିଷ ର ମନ

ଏଠି ଖାଲି ବୋମାଫୁଟେ

ଖୁସିରେ ବାରୁଦ ଫାଟେ

ଭୟର ଖୋଳପା ପିନ୍ଧେ

ଆଖି ତଳ ସୂନେଲି ସପନ,

ପିଷାଚର ପେଷା ହସ

ଅକାଳରେ ଲୁଟେ

କେତେ ନିରୀହ ଜୀବନ।

ତୋ ମନେ ନାହିଁ ଛନ୍ଦ

ହେଲେ ଏଠି ଖାଲି ଦୃଶ୍ୟମାନ

ହୁଏ ମାୟାର ବଳୟ

କାୟା ବିସ୍ତାର କରେ

ଲୋଭ, ଲାଳସା, ଆସକ୍ତି ର ଭ୍ରମ,

ମୁଁ ମା ଆଜି ବି ବିବର୍ଣ୍ଣା

ମୋ କୋଳରେ ନାହିଁ ସ୍ଥାନ

ତୁ କେଉଠି ଧରିବୁ ଜୀବନ।

ଫେରିଯା ତୁ ପଥିକ

ଅନୁତାପର ଝଡ ଏଠି

ବୋଲ ବି ମାନେ ନାହିଁ,

ଅସୁମାରୀ ସ୍ନେହ

ଏଠି ହୋଇଛି ପରାସ୍ତ

ବେପାରୀ ପୁଅଟିଏ ତୁହି

କେଉଠି କରିବୁ ଅବସ୍ଥାନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract