ଫେରିଯା ଫଗୁଣ
ଫେରିଯା ଫଗୁଣ
ଫେରିଯା ବସନ୍ତ ଫେରଯା ଫଗୁଣ
ଲୋଡାନାହିଁ ମୋର ଫଗୁର ଖେଳ
ମୁହେଁ ତୁଣ୍ଡି ବାନ୍ଧି ହାତେ ସାନିଟାଇଜର
କରୋନାରେ ହୁଏ ମୁଁ କଲବଲ ।।
ଗାଅନା କୋଇଲି ଆମ୍ବ ଡାଳେ ବସି
ମୃଦୁ ମଳୟର ମଧୁର ସୁରେ
ଋତୁ ଆଉ ଆଗ ଋତୁ ପରିନାହିଁ
ନିଆଁ ଲାଗିଅଛି ଶିମିଳିପାଳେ ।।
ଫେରିଯାଅ ତମେ ହଳଦୀ ବସନ୍ତ
ଆଖିରେ କଜ୍ଜଳ ନାହିଁ ମୋ ଲୋଡା
ଲକଡାଉନ୍ ପୁଣି ଫେରି ଆସିଲାଣି
ଆଉ କି ନାଚିବ ଚଇତି ଘୋଡା ।।
ଫେରିଯା ବସନ୍ତ ଫେରିଯା ଫଗୁଣ
ବହିଲାଣି ପୁଣି ଝାଞ୍ଜି ପବନ
ବରଷ ଯାକର ପରବ ବେମାର
ବାକିଅଛି ଏହି ତୁଛା ଜୀବନ ।।
