STORYMIRROR

Goutam Mohanty

Romance

3  

Goutam Mohanty

Romance

ଫେରିଗଲ ତୁମେ ଅଫେରା ଅତିଥି

ଫେରିଗଲ ତୁମେ ଅଫେରା ଅତିଥି

1 min
295


ଆସିଥିଲ ତୁମେ  ଜୀବନରେ ମୋର

    ଅଫେରା ଅତିଥି ହୋଇ,

ଫେରିଗଲ ଯଦି   କଥା ତୁମ ଭାଙ୍ଗି

    ଯାଅ ତୁମ ଖୁସି ନେଇ।।

ତୁମେ କିନ୍ତୁ ମୋର  ହୃଦୟରେ ଥିବ

   ଜୀବନ ମୋ ଥିବାଯାଏ,

ପାରୁନାହିଁ ଭୁଲି     ତୁମକୁ ତ ମୁହିଁ

  (ଆଜିବି) ତୁମକୁ ମୁଁ ଭଲପାଏ।।

ସଜେଇ ଥିଲି ମୁଁ   ଫୁଲର ସବାରୀ

   ସଜେଇ ଥିଲି ମୁଁ ଘୋଡ଼ା,

ଫୁଲର ସବାରୀ  ମଉଳି ଗଲା ମୋ

   ବେଦୀମୁହଁ ହେଲା ପୋଡ଼ା।।

ପ୍ରାଚୀର ଗଢିଲ   ପ୍ରେମରେ ଆମର

   କରିଦେଲ ଦୁଇ ଫାଳ,

ଗଛମୂଳେ ତୁମେ   ପାଣିଦେଇ ପୁଣି

    କାଟିଦେଲ ତାର ମୂଳ ।।

ଭାଙ୍ଗିଦେଲ ତୁମେ ପ୍ରେମର କୋଣାର୍କ

   କଳାପାହାଡ଼ ଟେ ହୋଇ,

ତଥାପି ତୁମକୁ     ହୃଦୟରେ ରଖି

   ଆଜି (ବି) ତୁମକୁ ପୂଜଇ।।

ହୃଦୟର ଥିଲ    ପାଟରାଣୀ ତୁମେ

     ହୃଦୟରେ ତୁମେ ଅଛ,

ରହିଥିବ ତୁମେ     କାଳକାଳ ଧରି

     କହୁନି ତୁମକୁ ମିଛ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance