STORYMIRROR

Priyadarsini Das.

Tragedy

3  

Priyadarsini Das.

Tragedy

ଫେରିବନି ଆଉ ପରୀ

ଫେରିବନି ଆଉ ପରୀ

1 min
221


               


ଆଜି ନାହିଁ ଆଉ ପରି ,,,

 କଟି ଯାଇଛି ସେ

           କୋମଳ ପର,,,

  ଲିଭି ଯାଇଛି ମନରୁ ସବୁ 

       ଆଶା, ଅସୁମାରୀ ।


ଭାବିଥିଲା ମନେ ସାଇକେଲ 

     ଚଲା ଶିଖିବ ।

କୁନି ପାଦରେ ନିଜେ ଚଲେଇବ ,,

 

ସିଏ କାହୁଁ ଜାଣିବ 

   ନର ରୂପୀ ରାକ୍ଷସ 

 କୁତ୍ସିତ କାମନାରେ ବସ ,,


ସିଏ କି ଜାଣିଥିଲା ,,,

 ଚିଲ, ଶାଗୁଣା ମଢକୁ ବିତାରିଲା ପରି ,,

ତା କଅଁଳ ଦେହକୁ କିଏ ବିଦାରି ଦେବ ।


ସେ କି ଜାଣିଥିଲା,,,,

ମା କୋଳକୁ ସରଗ ମଣୁଥିବା ବୟସରେ 

କେହି ତାଠୁଁ ଦେହର ଭୋକ ମେଣ୍ଟେଇବ ?


ମୃତ୍ୟୁ କଣ ଜାଣି ନଥିଲା ସିଏ 

 ଆଉ ଜଙ୍ଗଲରୁ ମିଳିଲା ତାର 

    କ୍ଷତାକ୍ତ ମୃତ ଦେହ ।


ଏବେ କି କହିପାରିବା ,?

 ଦେଶର ଭବିଷ୍ୟତ କେତେ ସୁରକ୍ଷିତ ?

 ଏ ପାଶବିକ ପ୍ରକୃତି ରୂପୀ 

    ମଣିଷ କେତେ ସଂଯମିତ ?


ସରକାରଙ୍କ ୫ଲକ୍ଷ ଅନୁକମ୍ପା 

 କି ଫେରେଇ ପାରିବ ପରିକୁ ??

ପୂର୍ଣ୍ଣ କରି ପାରିବ ମା'ର 

     ସେହି ଶୂନ୍ୟ କୋଳକୁ ??

 

ଫେରେଇ କି ପାରିବ

 ସେହି ନିଷ୍ପାପ ମନର,ଅତି ମଧୁର 

    ସେ "ପରୀ"ର ସ୍ବରକୁ ?


ନା କେବେ ବି ପାରିବନି ।

କେବଳ ଏକ ଉଦାହରଣ ମିଳିବ

   ଜଗତକୁ,,,,,,,,

ଶିଶୁ କେତେ ଅସୁରକ୍ଷିତ ।


   ଫେରିବନି ଆଉ "ପରୀ" 

 ନା କେବେ ବି ଫେରିବନି...।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy