STORYMIRROR

MADHU MITA

Abstract

2  

MADHU MITA

Abstract

ଫେରି ଯିବା କି..!!

ଫେରି ଯିବା କି..!!

2 mins
139

ସେହି ବିଗତ ଦିନକୁ

ଯେଉଁ ଦିନ ଆଗକୁ ବଢିଥିଲେ

ଆଉ ଆଗକୁ ଟିକେ ଆସି ଯିବା ପାଇଁ

ବହୁତ କିଛି ପଛରେ ପକେଇ ଦେଇଥିଲେ


କିଛି ସୀମା ସରହଦ ନିଶ୍ଚୟ ଥିଲା

କିନ୍ତୁ ଜୀବନ ଟା ସରସ ସୁନ୍ଦର ଲାଗୁଥିଲା

ପରସ୍ପର ସହ କଥା ହେବା ବେଳେ

ଏମିତି ଏକ ଦକା ତ କେବେ ଲାଗୁ ନ ଥିଲା


ଯାତାୟତ ସୁଗମ ନ ଥିଲା

କିନ୍ତୁ ମନ କେବେ ଦୂର ହେଉ ନ ଥିଲା

ଏମିତି ପାଖାପାଖି ଲାଗି ବସିଲା ପରେ ବି

ଯୋଜନର ଦୂରତା କେବେ ବି ନ ଥିଲା


ପରିଶ୍ରମ ତ ବହୁତ ହେଉଥିଲା

କ୍ଲାନ୍ତ ଶରୀର ବିଶ୍ରାମ ବି ଖୋଜୁଥିଲା

କିନ୍ତୁ ମୁଲାୟମ ବିଛଣା ଉପରେ

ଏମିତି ଆଖି ଖୋଲି କେହି ରହୁ ନ ଥିଲା


ପୋଖରୀ ନଦୀ ପାଣି ଦୂରରେ ଥିଲା

କିନ୍ତୁ ସେ ପାଣି କେତେ ଶୀତଳ ସ୍ୱଚ୍ଛ ଥିଲା

ପ୍ଲାଷ୍ଟିକ କବଳିତ ହୋଇ ମୁକ୍ତ ଜଳ

କେବେ ବିଷାକ୍ତ ହେବା କେହି ଭାବି ତ ନ ଥିଲା


ବାୟୁରେ ଆପଣା ପଣ ବୋହୁଥିଲା

ସ୍ନେହ ପ୍ରେମ ଭାତ୍ରୁଭାବ ଚାରି ଆଡେ଼ ଥିଲା

ନିଃଶ୍ୱାସ ଟିକକ କେବେ କିଣିବାକୁ ହେବ

ଏକଥା ସତେ କଳ୍ପନା ବାହାରେ ହିଁ ଥିଲା


ଶୈଶବଟି ମୁକ୍ତ ଥିଲା..ବୃଦ୍ଧାବସ୍ଥା ସୁରକ୍ଷିତ

ନାରୀ ସମ୍ମାନିତ ଥିଲା..ପୁରୁଷ ଶକ୍ତ ଆନନ୍ଦିତ

କେତେ ଶୀଘ୍ର ହେଲା ସବୁ ଗତ ଅତୀତ

କାଗଜ ଫୁଲ ସଜିଲା ଆଉ କି ହେବ କଳି ପ୍ରଷ୍ଫୁଟିତ


ମାଟି ପାତ୍ର କିଣି ଆଣିଲେ କି ବଗିଚାରେ ଗଛ ଦି ଟା ଲଗେଇଦେଲେ

କୃତିମ ହସେ ଗପ କରିଲେ କି ସକାଳୁ ଟିକେ ଭ୍ରମଣ କରିଲେ

ଆସିଯିବ କି ସେ ଶାନ୍ତ ହୃଦୟ..ଶୀତଳ ଜଳ କି ସେ ମନ୍ଦ ମଳୟ

ଫେରି ପାରିବ କି କାଗଜର ଡଙ୍ଗା.. ବାଲି ଖେଳ କି ସେ ଗତ ସମୟ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract