ଫୌଜୀ ସାହେବ
ଫୌଜୀ ସାହେବ
କହିବା ପାଇଁ କି ଭାଷା ପାଉ ନାହିଁ
ତୁମ ପାଇଁ ଅଧେ ପଦେ ।
ଲେଖିବା ପାଇଁ ବା କୋଉଠୁ ପାଇବି
ଦିନ ରାତି ବସି ଭାବେ ।
ଭଗବାନ ଙ୍କର ଦ୍ଵିତୀୟ ରୂପ ଯେ
ବାପା ମା ବୋଲି ଜାଣେ ।
ତୁମେ ପରା ନିଜେ ସ୍ୱୟଂ ଭଗବାନ
ଏକଥା ଜଗତ ଜାଣେ ।
ଖରା ବରଷା ରା କଷଣ ସହୁଛ
ଗୋଳା ବାରୂଦ ର ଶବ୍ଦ ରେ ।
ବରଫ ପାହାଡ ଲଙ୍ଘି ଚାଲିଯାଅ
ଆମକୁ ଶୁଆଇ ଶାନ୍ତିରେ ।
ଘର ପରିବାର ଚିନ୍ତା ଦୂରେ ଥାଉ
ଦେଶ ଆଗ ତୁମ ପାଇଁ ।
ତୁମେ ଜଗତ ର ଜିଅନ୍ତା ଠାକୁର
ମନ୍ଦିର ର ଲୋଡ଼ା ନାହିଁ ।
ରକତ ର ସିନା ଧାରା ବୋହୁଥିବ
ବନ୍ଧୁକ ହାତରେ ଥାଏ ।
ଶତ୍ରୁ କୁ ହରାଇ ଦେଶ କୁ ବଞ୍ଚାଓ
ନିଶ୍ୱାସ ର ଶେଷ ଯାଏଁ
