STORYMIRROR

Sukadev Mahanta

Romance

3  

Sukadev Mahanta

Romance

ଫାଷ୍ଟ୍ ଟାଇମ୍ ଦେଖିଛି ଯେ କ୍ଷଣି

ଫାଷ୍ଟ୍ ଟାଇମ୍ ଦେଖିଛି ଯେ କ୍ଷଣି

1 min
172


ଫାଷ୍ଟ ଟାଇମ୍ ଦେଖିଛି ଯେ କ୍ଷଣି

              ପାଗଳ ହୋଇଛି ସେ କ୍ଷଣି,

ତୋର ନେତ୍ରେ ନିଜକୁ ଖୋଜି

              ଦେଖିଛି ତୋତେ ଯେ କ୍ଷଣି,

ମନଟା ମୋ ଏକା ଥିଲା 

       ଯେ ତୋର ଦେଖା ପାଇଲା

                  ନିଜର ଠିକଣା ରଖିନି ||

 ମୁଁ ଯେବେ

     ଭାବେ ତୋତେ

        ତୋର କେତେ କେତେ ଛବି ବସା ବାନ୍ଧେ ଚକ୍ଷୁରେ

ମୁଁ ଯେବେ 

     ଖୋଜେ ତୋତେ

            ତୋର କେତେ କଥା ଚାପି ଧରେ ବୁକୁରେ

ଫାଷ୍ଟ ଟାଇମ୍ ଦେଖିଛି ଯେ କ୍ଷଣି

           ହୋଇଛି ଦିୱାନା ସେ କ୍ଷଣି

ତୋର ଗାଲେ ଗୋଲାପି ଅବିର

          ଖୋଜି ମୁଁ ପାଇଛି ସେ କ୍ଷଣି

ମନଟା ମୋ ଏକା ଥିଲା

      ଯେବେ ତୋତେ ଦେଖା ଦେଲା

               ଠିକଣା ଜମା ସେ ରଖିନି||


ଉଡେ 

    ସୁଧୁ ଉଡେ 

        ବଣଧରା ଏ ମନର ପକ୍ଷୀ  ହୋଇ ହୋଇ

ବୁଲେ 

    ସୁଧୁ ବୁଲେ 

         ହୃଦୟେ ଆବେଗର ସୁଖି ହୋଇ ହୋଇ

ଫାଷ୍ଟ ଟାଇମ୍ ଜାଣିଛି ଯେ କ୍ଷଣି

         ହୋଇଛି ପ୍ରେମିକ ସେ କ୍ଷଣି 

 ତୋର ଜୀବନର ମହତ୍ତ୍ବ  

          ଏ ହୃଦେ ନେଇଛି ସେ କ୍ଷଣି

ତୁ ଯେବେ ହସି ଦେଲୁ

       ହସି ଭଲ ପାଇଗଲୁ

           ଆଉ କିଛି ବାଧା ରଖିନି ||


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance