STORYMIRROR

Sandhyarani dash

Tragedy

3  

Sandhyarani dash

Tragedy

ଫାଶୀ ଦଣ୍ଡ

ଫାଶୀ ଦଣ୍ଡ

1 min
125

ସଞ୍ଜ ସକାଳ ରେ ବସି ମୁଁ ଭାବୁଛି

ଭାବନାରେ ବୁଡୁ ଅଛି,

କେତେ ଯେ କଳ୍ପନା ଦିବ୍ୟ ର ଚେତନା

ଅନ୍ତରେ ମୋର ଆସୁଛି।

ଛୁଆଟି ତାହାର କେତେ ଯେ ନିଜର

ସୁଖେ ଦୁଃଖ ଗଡ଼େ ନୀର

କାୟା ସ।ଥି ଛାୟା ପରି ରହିଥାଏ

ଦିବା ନିଶି ନିରନ୍ତର।

ନୟନରେ ଥିଲା ଅସର। ସପନ

ଦେଖିବାର ତାର ଥିଲା,

ମାଆର ପଣତ ଛାଡ଼ିବା ଆଗରୁ

ଲୋଲୁପ ଦୃଷ୍ଟି ପଡ଼ିଲା।

କୁନି କୁନି ପାଦେ ଝୁମି ଯାଉଥିଲା

ଭଲ ମନ୍ଦ ବୁଝି ନାହିଁ

ଧୋ ରେ ବାଇଆ ଗୀତ ଶୁଣୁ ଶୁଣୁ

ବିଦ୍ୟାଳୟ ଦେଖି ନାହିଁ।

ତିନି ବରଷର କନ୍ୟା ଯଦି ଆଜି

କୁକର୍ମେ ପୀଡ଼ିତ ହେବ

ସଂସାର ରେ ଆଉ ଝିଅ ଜନ୍ମି ବେନି

ପେଟରୁ ଯେ ମାରି ଦେବ।

ମଣିଷ ପଣିଆ ଉଭେଇ ଗଲାଣି

ମାନବ ଦାନବ ସରି,

ଦୁଃଖିନୀ ମା ର କୋଳ ଶୂନ୍ୟ କରି

ଗ୍ରାସିଲ। ରାକ୍ଷସ ପରି।

ଲୋକ ବାଣୀ ନୁହେଁ ଧର୍ମ ବି କହୁଛି

ଫାଶୀ ଦଣ୍ଡ ଦିଆ ଯାଉ,

ପ୍ରତ୍ୟେକ ମଣିଷ ବୁଝିଯି ବ ନିଶ୍ଚେ

ଦୁଷ୍କର୍ମ ନ କର ଆଉ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy