ପେଟ ପାଇଁ ନାଟ
ପେଟ ପାଇଁ ନାଟ
ଭୋକ ପାଇଁ ଏଠି ଚାଲେ କେତେ ନାଟ,
ପେଟ ପାଇଁ ପୁଣି ହୁଏ ଛଟପଟା ।
ପେଟ ପାଇଁ ମାଆ ବିକେ ତାର ଛୁଆ ,
ପେଟର ବିକଳ ସହେନା ସେ କିଆଁ ।
ପେଟ ପାଇଁ ଚାଲେ ହୀନ ରାଜନୀତି ,
ଭୋକରେ ମଣିଷ ଦେହେ ଭରେ ତାତି।
ପେଟ ପାଇଁ ବାପା କରେ ରୋଜଗାର,
ମାଆ କରେ ପୁଣି ରୋଷେଇ ବଜାର ।
ପେଟ ପାଇଁ ପୁଣି ଗରିବର ଛୁଆ ,
ଭିକ୍ଷା ଥାଳି ଧରି ଦାଣ୍ଡେ ହୁଏ ଠିଆ ।
ଦେହ ଭୋକ ପାଇଁ ପୁରୁଷଟେ ଆଜି,
ନାରୀ ଦେହ ଲୁଟେ କାମାନ୍ଧଟେ ସାଜେ ।
ମେଣ୍ଟିଗଲା ପରେ ଦେହ ଭୋକ ତାର ,
ନାରୀ ଚରିତ୍ରକୁ କରେ ନାରଖାର ।
ପେଟ ପାଇଁ କିଏ ନେଉଥାଏ ଲାଞ୍ଚ ,
କିଏ ପୁଣି ପାଞ୍ଚେ ଅନ୍ଯ ପାଇଁ ପେଞ୍ଚ ।
ନର ହତ୍ଯା ହୁଏ ଏଠି ଭୋକ ପାଇଁ,
ଯାହା ହୁଏ ଏଠି ସବୁ ପେଟ ପାଇଁ ।
କେବେ ତୃପ୍ତ ହେବ ଏ ମଣିଷ ଭୋକ,
ଅତୃପ୍ତ ମନରେ କରୁଥାଏ ଶୋକ ।
