ପଦୁଟିଏ ମିଛ
ପଦୁଟିଏ ମିଛ
ପଦୁଟିଏ ମିଛ ରେ
ଦୁଇ ଟୋପା ଲୁହ
ଝରି ଆସୁଥିଲା ବାପା ତୁମର
ବୁଝି ମୁଁ ନଥିଲି
ଜାଣି ନପାରିଲି
ଫଟା ହୃଦୟ ରୁ
ଝରୁଥିଲା
ରୁଧିର ଧାର ।
ପଦୁଟିଏ ମିଛ ରେ
ଅପମାନର ବିଷ
ଜାଳୁ ଥିଲା ଶରୀର
କ୍ରୋଧର ଗଦା ଗଦା ଆବର୍ଜନା
ଦୋଷ ଲଦୁଥିଲି
ବାପା ତୁମ ଉପର ।
ପଦୁଟିଏ ମିଛ ରେ
ଅଚଳ ଶରୀର
ସ୍ଥିର ହୃଦୟ ସ୍ପନ୍ଦନ
ଦୁଇ ଟୋପା ଲୁହ ନୁହଁ
ଉତ୍ତପ୍ତ ରୁଧିର
ବୋହୁଛି କ୍ଷତାକ୍ତ ହୃଦୟ ରୁ
ଅକୁହା କୋହର ସ୍ଵର
ମୁଁ ବାପା ବୋଲି
ବୁଝୁଛି ଅନ୍ତର ।