ପଦଟିଏ ତୋ ନାଁରେ ପ୍ରିୟା
ପଦଟିଏ ତୋ ନାଁରେ ପ୍ରିୟା
ଏକୁଟିଆ ଥିଲି
ନୀରବ , ନିଶ୍ଚଳ , ନିର୍ଜନ
ପାହାଡ଼ ଉପର ମନ୍ଦିର ଦେହରୁ
ସହରୀ ରାସ୍ତା ପର୍ଯ୍ୟନ୍ତ ଲମ୍ବିଯାଇଥିବା
ପାହାଚ ମାଳା ଭିତରେ
କେବଳ ମୁଁ ହିଁ ମୁଁ I
କେଜାଣି କାହା ସହିତ ଗପୁଥିଲି ?
ଗଛ ପତ୍ର ନୀରବ,
ଝରଣା ନୀରବ,
ପକ୍ଷୀମାନେ ନୀରବ ।
କେହି ଜଣେ ମୋ ଭିତରୁ ବାହାରି
ହାତ ହଲାଇ ଚାଲିଯାଉଥିଲା
ଦୂରକୁ , ବହୁ ଦୁରକୁ - ଜହ୍ନ ପର୍ଯ୍ୟନ୍ତ I
ଧୀରେ ଧୀରେ ଆଲୁଅ
ଅପସରି ଯାଉଥିଲା ,
ସ୍ୱପ୍ନମାନେ ଲୁଚି ଯାଉଥିଲେ
ସୋରିଷ କ୍ଷେତରେ ,
ଅମାବାସ୍ୟା ରାତ୍ରି
ଦୀର୍ଘରୁ ଦୀର୍ଘତର ହେଉଥିଲା I