ପଦଟିଏ ତୋ ନାଁରେ ପ୍ରିୟା ୧୮
ପଦଟିଏ ତୋ ନାଁରେ ପ୍ରିୟା ୧୮


ରାସ୍ତା ଉପରେ ସଖୀଙ୍କ ସହ
ସାଇକେଲ ଚଳାଉଥିଲ ତୁମେ
ଚକା ତଳେ ମରୁଥିଲି ମୁଁ I
କଲେଜ ବାରଣ୍ଡାରେ
ଘଣ୍ଟା ଘଣ୍ଟା ଗପୁଥିଲ ତୁମେ
ମୋ ଛାତିରେ କରତ ଚାଲୁଥିଲା I
ଅନେକ ବାର ତୁମକୁ
ଛୁଇଁ ଦେବାର ପ୍ରୟାସ କରିଚି
ଖାଲି ବାସ୍ନାରେ ମରିଚି I
ସାଙ୍ଗ ମାନଙ୍କୁ ପାର୍ଟି ଦେଲି
ଈଶ୍ୱରଙ୍କୁ ଧନ୍ୟବାଦ ଦେଲି
ଓଢଣିଟି ମୁହଁରେ ବାଜିଥିଲା ବୋଲି I
ଅମାପ ସମୟର
ସ୍ବପ୍ନ ଦେଖାଇଛ ତୁମେ
ମୁଁ ବସି କବିତା ଲେଖିଛି I