ପଦଟିଏ ତୋ ନାଆରେ ପ୍ରିୟା ୭
ପଦଟିଏ ତୋ ନାଆରେ ପ୍ରିୟା ୭
କେଉଁ ଆଡେ ତୁମେ ଚାଲିଗଲ ପ୍ରିୟା
ମୋତେ କରି ଏକା ଏକା
ତୁମେ ଗଲାଦିନୁ ଅଭିମାନ କରି
ଜହ୍ନ ହେଉନି ସଖା
ମୋ ମନ ମନ୍ଦିରେ ପୂଜାରିଣୀ ହୋଇ
ତୁମେ ସ୍ଥାନ ପାଇଥିଲ
ମନ ମନ୍ଦିରର ପ୍ରେମ ଦେବତାଙ୍କୁ
ଓପାଷରେ ରଖିଦେଲ I
ସେ ମନ ମନ୍ଦିରେ କବାଟ ଫିଟୁନି
ପାହାଚେ ବସିଛି ଏକା
ଦିନ ରାତି ଖାଲି ଭାବି ବସୁଅଛି
ତୁମରି ସୁଷମା ରାଜି
ମନେ ହୁଏ ମୋତେ ବଗିଚାର ଫୁଲ
ସୁଗନ୍ଧି ହାରିଛି ଆଜି
ଯେଉଁ ବଗିଚାରେ ତୁମ ସାଥେ ପ୍ରିୟା
ନିତି ହେଉଥିଲା ଦେଖା
ଶୟନେ ସପନେ ଅବା ଜାଗରଣେ
ତୁମ ବିନା ଲାଗେ ଏକା
ଯେତେ ସବୁ ରଙ୍ଗ ଦେଖୁଥାଏ ମୁଁହିଁ
ସବୁ ଲାଗେ ଫିକା ଫିକା
ତୁମ ବିନା ପ୍ରିୟା ନିଶବ୍ଦ ଆଜି ଏ
ସାଗରର ତଟ ରେଖା
ଜୀବନଟା ସାରା ଏକାଠି ରହିବା
ବୋଲି କରୁଥିଲ ତର୍କ
ତୁମ ହୃଦୟ କି ବ୍ୟଥା ହେଉନାହିଁ
ସ୍ମରି ସେହି ସୁସମ୍ପର୍କ
କେତେ ରାଣ କେତେ ବନ୍ଧନ କେମିତି
କରିଦେଲ ଅଣଦେଖା
