STORYMIRROR

PRASANTA KUMAR MAHAPATRA

Abstract

2  

PRASANTA KUMAR MAHAPATRA

Abstract

ପଦଟିଏ ତୋ ନାଆରେ ପ୍ରିୟା ୭

ପଦଟିଏ ତୋ ନାଆରେ ପ୍ରିୟା ୭

1 min
3K

କେଉଁ ଆଡେ ତୁମେ        ଚାଲିଗଲ ପ୍ରିୟା 

       ମୋତେ କରି ଏକା ଏକା 

ତୁମେ ଗଲାଦିନୁ           ଅଭିମାନ କରି 

       ଜହ୍ନ ହେଉନି ସଖା


ମୋ ମନ ମନ୍ଦିରେ         ପୂଜାରିଣୀ ହୋଇ 

       ତୁମେ ସ୍ଥାନ ପାଇଥିଲ 

ମନ ମନ୍ଦିରର           ପ୍ରେମ ଦେବତାଙ୍କୁ 

       ଓପାଷରେ ରଖିଦେଲ I

ସେ ମନ ମନ୍ଦିରେ         କବାଟ ଫିଟୁନି 

        ପାହାଚେ ବସିଛି ଏକା


ଦିନ ରାତି ଖାଲି          ଭାବି ବସୁଅଛି 

        ତୁମରି ସୁଷମା ରାଜି 

ମନେ ହୁଏ ମୋତେ        ବଗିଚାର ଫୁଲ 

        ସୁଗନ୍ଧି ହାରିଛି ଆଜି 

ଯେଉଁ ବଗିଚାରେ         ତୁମ ସାଥେ ପ୍ରିୟା 

       ନିତି ହେଉଥିଲା ଦେଖା


ଶୟନେ ସପନେ        ଅବା ଜାଗରଣେ 

       ତୁମ ବିନା ଲାଗେ ଏକା 

ଯେତେ ସବୁ ରଙ୍ଗ       ଦେଖୁଥାଏ ମୁଁହିଁ 

       ସବୁ ଲାଗେ ଫିକା ଫିକା 

ତୁମ ବିନା ପ୍ରିୟା        ନିଶବ୍ଦ ଆଜି ଏ

        ସାଗରର ତଟ ରେଖା


ଜୀବନଟା ସାରା       ଏକାଠି ରହିବା 

        ବୋଲି କରୁଥିଲ ତର୍କ 

ତୁମ ହୃଦୟ କି        ବ୍ୟଥା ହେଉନାହିଁ 

        ସ୍ମରି ସେହି ସୁସମ୍ପର୍କ 

କେତେ ରାଣ କେତେ    ବନ୍ଧନ କେମିତି 

        କରିଦେଲ ଅଣଦେଖା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract