STORYMIRROR

Mr.GAGAN BIHARI NAYAK

Romance Fantasy Inspirational

3  

Mr.GAGAN BIHARI NAYAK

Romance Fantasy Inspirational

ପଢେ ମୁଁ କବିତା

ପଢେ ମୁଁ କବିତା

1 min
205


ପଢେ ମୁଁ କବିତା ତୁମ ହାତ ଲେଖା ।

ନିରୋଳା ଚାନ୍ଦିନୀ ରାତେ। 

ମନ ପଡୁଥାଏ ତୁମ କଥା ଭାରି ।

କେତେ ଭଲ ତୁମେ ସତେ।0।


କହୁଥିଲେ କିଛି ଓଠରୁ ତୁମର ।

ମଧୂ ପରଶେ ଏ ରାତି ।

ଅମା ରାତି ସତେ ଜୋଛନା ଝରାଏ।

ଲାଗେ ପୂନେଇଁର ତିଥି ।

ଲିଭା ସଳିତାରେ ନିଆଁ ଲାଗିଯାଏ ।

ମୁଁ ଜାଣି ପାରେନା ମୋତେ(୧)


ହସୁଥିଲେ ତୁମେ ଦ୍ବିତୀୟା ଚାନ୍ଦିନୀ। 

ଲୁଚେ ଆକାଶର ମାଥେ ।

ଝଡ ବହିଯାଏ ଜଡ ହୃଦୟରେ ।

ଛୁଇଁ ଦେଲେ ତୁମ ହାତେ।

କୁହୁକ ଭରା ସେ କାଉଁରୀ ଆଖିରେ ।

ସପନ ସାଇତା କେତେ।୨।



Rate this content
Log in

Similar oriya poem from Romance