ପବିତ୍ର ରାମ ନବମୀ
ପବିତ୍ର ରାମ ନବମୀ
(ରାଗ - ବଙ୍ଗଳାଶ୍ରୀ)
ଚୈତ୍ର ଶୁକ୍ଳ ପକ୍ଷ ନବମୀ ତିଥିରେ
ପ୍ରଭୁ ରାମଙ୍କ ଜନମ
ପାପୀ ବିନାଶନେ ଅବତାର ତାଙ୍କ
ଅଟନ୍ତି ପ ର ମ ବ୍ର ହ୍ମ !!
ଚୈତ୍ର ଶୁକ୍ଳ ପକ୍ଷ......
ରକ୍ଷା ଧର୍ମ ପାଇଁ ଜନମ ତାଙ୍କର
ମୃତ୍ୟୁଲୋକ କଲେ ଧନ୍ୟ
ତାଙ୍କରି ପୂଜନ ତ୍ରେତୟା ଯୁଗରୁ ।।
ଚୈତ୍ର ଶୁକ୍ଳ ପକ୍ଷ.......
କେତେତ୍ୟାଗବଳୁ ମନ୍ଦିର ନିର୍ମାଣ
ଜନ୍ମ ସ୍ଥାନେ ବନୁ ଅଛି
ନ ଥିବ ବିଶ୍ବରେ ମନ୍ଦିର ତାପରି
ନିର୍ମାଣ ଭକ୍ତ କରୁଛି !!
ଚୈତ୍ର ଶୁକ୍ଳ ପକ୍ଷ.......
ଅନାଦି ଅନନ୍ତ ସୃଷ୍ଟିକର୍ତ୍ତା ପ୍ରଭୁ
ମହିମା ତାଙ୍କ ଅପାର
ମନୁଷ୍ୟ କର୍ତ୍ତବ୍ୟ ଶିକ୍ଷାତାଙ୍କପରା
କରିଥିଲେ ରଘୁବୀର !!
ଚୈତ୍ର ଶୁକ୍ଳ ପକ୍ଷ........
ପିତୃମାତୃଙ୍କର ଧର୍ମ ରକ୍ଷା କଲେ
ଧନୁର୍ଦ୍ଧର ସେ ଶ୍ରୀରାମ
ହେଲା ନିର୍ବାସନ ଚଉଦ ପରଷ
ତ୍ୟାଗକରି ରାଜ୍ୟ କର୍ମ !!
ଚୈତ୍ର ଶୁକ୍ଳ ପକ୍ଷ.........
ପିତୃ ସତ୍ୟ ରକ୍ଷା ପାଇଁଣ ଶ୍ରୀରାମ
ଜଙ୍ଗଲେ କାଟିଲେ ଦିନ
ଧର୍ମ ପତ୍ନୀ ସୀତେ ଥିଲେଟି ସଙ୍ଗେଣ
ଥିଲେଟି ଭାଇ ଲକ୍ଷଣ !!
ଚୈତ୍ର ଶୁକ୍ଳ ପକ୍ଷ.........
ଲମ୍ପଟ ରାବଣ ସୀତେ ଚୋରି କଲା
ରଖିଲା ସ୍ବର୍ଣ୍ଣ ଲଙ୍କାରେ
ବାନର ସେନାଙ୍କୁ ସଙ୍ଗତରେ ଘେନି
ମାରିଲେ ତାକୁ ରାମରେ !!
ଚୈତ୍ର ଶୁକ୍ଳ ପକ୍ଷ...........
ପତ୍ନୀ ଜାନକୀକୁ ଉଦ୍ଧାର କରିଲେ
ରାଜା ବିଭୀଶେଣେ କରିଲେ
ହନୁ ଓ ସୁଗ୍ରୀବ ଅଙ୍ଗଦ ସହିତ
ଅଯୋଧ୍ୟା ରାଜ୍ୟେ ଆସିଲେ !!
ଚୈତ୍ର ଶୁକ୍ଳ ପକ୍ଷ...........
ରାଜା ହୋଇ କଲେ ପ୍ରଜାଙ୍କ ପାଳନ
ନ ରଖିଣ ଭେଦଭାବ
ନ ଥିଲାଟି ହିଂସା ଥିଲା ସମଭାବ
ଥିଲାପ୍ରେମ ପ୍ରୀତିଭାବ !!
ଚୈତ୍ର ଶୁକ୍ଳ ପକ୍ଷ ..............
ମହାତ୍ମାଗାନ୍ଧୀଙ୍କ ରାମରାଜ୍ୟ ସ୍ବପ୍ନ
ଅମୃତ କାଳେ ସାକାର
ବିଶ୍ବରେ ଗୁଞ୍ଜୁଛି ଭାରତ ସୁନାମ
ସଂସ୍କୃତି ଆଉ ସଂସ୍କାର !!
ଚୈତ୍ର ଶୁକ୍ଳ ପକ୍ଷ..........
ସନାତନୀ ମନ୍ତ୍ର ରାମ ନାମ ରାବ୍
ବିଶ୍ବରେ ଗୁଞ୍ଜୁଛି ସାରା
ଜଗତ ଠାକୁର ପ୍ରଭୁ ନିରାକାର
ଜନ୍ମ ଦିନ ତାଙ୍କ ପରା !!
ଚୈତ୍ର ଶୁକ୍ଳ ପକ୍ଷ..........
ସେହୁ କୃଷ୍ଣ ରାମ ପ୍ରଭୁ ଦାରୁବ୍ରହ୍ମ
ପାପ ବିନାଶନେ ଜନ୍ମ
ଆରାଧ୍ୟ ଆମର ମନୁଷ୍ୟ ଜୀବନେ
କରୁଛୁ ପଦେ ପ୍ରଣାମ !!
ଚୈତ୍ର ଶୁକ୍ଳ ପକ୍ଷ............
