STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ପବିତ୍ର ପାର୍ବଣ ଆସୁଛି

ପବିତ୍ର ପାର୍ବଣ ଆସୁଛି

1 min
340


ବର୍ଣ୍ଣିତ ପାରିବ କିଏ ସେ ମହିମା

ଶକ୍ତିରୂପା ହେ ଦେବୀ ଜଗତର ମା

ମା ସିଂହ ବାହିନୀ ଆସିବେ ମର୍ତ୍ତ୍ୟକୁ

ଦୂର କରିବୁ ସେ ଦୁଃଖ ଓ କଷ୍ଟକୁ !


ଖୁସି  ମର୍ତ୍ତ୍ୟଲୋକ ହୁଅନ୍ତି ଅପାର

ଦୁର୍ଗା ଦେବୀ ପରା ଆରାଧ୍ୟ ଆମର,

ପୂଜନ ତାଙ୍କର ପ୍ରେମ ଓ ଭକ୍ତିର

ମନବାଞ୍ଛା ପୂର୍ଣ୍ଣ ମର୍ତ୍ତ୍ୟ ବାସୀଙ୍କର !


ପବିତ୍ର  ପାର୍ବଣ ଦେବୀ ଆଗମନ

ସୌନ୍ଦର୍ଯ୍ୟ ଦିଶୁଛି ଗଛ ଲତା ବଣ,

ରାବ  କୋଇଲିର କରୁଛି ଗୁଞ୍ଜନ

ମୟୁର ନାଚୁଛି  ହୋଇଣ  ପ୍ରସନ୍ନ !


ଗଛ ପତ୍ର ଲତା ପଲ୍ଲବୀ ଉଠୁଛି 

ଝିପି ଝିପି ବର୍ଷା ଭୂଇଁ ରେ ପଡୁଛି

ଧାନ  ଗଛ  ଜମି ସୁନ୍ଦର ଦିଶୁଛି 

ଚାଷୀ ଭାଇ ଅତି ଆନନ୍ଦ ହେଉଛି !


ପ୍ରାକୃତି ସୌନ୍ଦର୍ଯ୍ୟ ବଢ଼ି ଚାଲୁ ଅଛି

ସୁଗନ୍ଧିତ ବାୟୁ ସ୍ବାଗତେ  ବହୁଛି 

ଶକ୍ତିରୂପା ଆଗମନେ ଟି ଶୋଭୁଛି

ଜନଜନ  ମନ ଖୁସିରେ ଭାସୁଛି !


ମର୍ତ୍ତ୍ୟକୁ ଆସିବେ ଅାଦି ଶକ୍ତି ମାତା

ଶକ୍ତିରୂପା ଦେବୀ ଜଗତର କର୍ତ୍ତା

ଦୃଷ୍ଟ ବିନାଶନେ ଉତ୍ପତ୍ତି ତାଙ୍କର 

ସେହୁତ କଲ୍ୟାଣମୟୀ  ବ୍ରହ୍ମାଣ୍ଡର !



Rate this content
Log in

Similar oriya poem from Abstract