ପବିତ୍ର ମିଠାର ହସ, ଅମୂଲ୍ୟ ସମ୍ପଦ
ପବିତ୍ର ମିଠାର ହସ, ଅମୂଲ୍ୟ ସମ୍ପଦ
ପ୍ରେମ, ସ୍ନେହ ଓ ମଣିଷତ୍ୱ କରିଛି ଘର
ମାନବର ଛlତିର ନିବୃତ କୋଣରେ
ହୁଏ ସୁଖମୟ ଜୀବନ, ନେଇ ପାରେ ସେ
ତା ପାଇଁ ନିଃଶ୍ୱାସ ପ୍ରଶ୍ୱାସ ସ୍ୱଚ୍ଛନ୍ଦରେ l
ମନ୍ଦ ମନ୍ଦ ହସ ମୁଖରେ ହେଲେ ପ୍ରସ୍ଫୁଟିତ
ପଡୋଶୀ ହୃଦୟରେ ଉଠଇ ଢେଉ
ସବୁ ମାନ ଅଭିମାନ ରାଗ ରୁଷା ଅସୂୟା
ନିଶ୍ଚିତ ମନରୁ ଲିଭି ଯାଏ ଚାହୁଁ ଚାହୁଁ ।
ସେହି ପବିତ୍ର ମିଠାର ହସ ଓଠରୁ ଝରିଲେ
ମଣିଷର ରୋଗ ବୈରାଗ୍ୟ ନରହିବ
ସେଇ ମୁକୁତା ପରି ଅମୂଲ୍ୟ ସମ୍ପଦ ଯତନେ
ସାଉଁଟିବା କଥା କେବେ ନଭୁଲିବ ।
ସମୟ ସର୍ବଦା ଗଡି ଗଡି ଚାଲେ, ଚେଷ୍ଟା
କଲେ ମଧ୍ୟ କେବେ ସେ ତ ଫେରେନି
ଭବିଷ୍ୟତ ଅନିଶ୍ଚିତ, ଅତୀତ ତ ଅତୀତ, ତେଣୁ
ଅତୀତକୁ ମନେ ପକାଇ ହସକୁ ଭୁଲିବାନି ।
ମାନବିକ ଅଧିକାର ଗୁଡିକୁ କରିଲେ କ୍ଷୁର୍ଣ,
ମନୁଷ୍ୟ ମନରେ ଜଳଇ ଅନଳ
ସେହି ଅନଳ ଜଳି ସମାଜରେ ଥିବା ସୁଖ
ସମୃଦ୍ଧି ଜଳି ଶାନ୍ତି ହୋଇବ ଲୀନ ।
