Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kabiratna Nutan Kumar Behera

Abstract Drama Action

3  

Kabiratna Nutan Kumar Behera

Abstract Drama Action

ପବିତ୍ର ଧନୁ ସଂକ୍ରାନ୍ତି

ପବିତ୍ର ଧନୁ ସଂକ୍ରାନ୍ତି

1 min
174



ଅନବରତ ବହିଯାଏ ସମୟର ସ୍ରୋତ

ଅପେକ୍ଷା କରେନା କେବେ କାହାକୁ

ସଦା ସର୍ବଦା ଭବିଷ୍ୟତକୁ କରୁଥାଏ ସ୍ଵାଗତ 

ପ୍ରତିଟି ସମାପ୍ତି ଆଉ ଏକ ଆରମ୍ଭର 

ଦେଇଥାଏ ଶୁଭ ସୂଚନା କରେ ଆହ୍ଵାନ

ତାକୁ ଆଦରରେ ଅଭ୍ୟର୍ଥନା ଜଣାଏ ଜୀବନ

କ୍ରମ ବିକାଶରେ ବୁଲେ ସମୟର ଚକ୍ର

ବଦଳେ ଦିନ ବାର ମାସ ଋତୁ

ପ୍ରକୃତିର ନିୟମରେ ବନ୍ଧା ପ୍ରତିଟି ମୁହୂର୍ତ୍ତ

ସେଇ କ୍ରମରେ ମାର୍ଗଶିର ମାସ ହେଲେ ଅନ୍ତ

ଆସେ ଶୀତ ଋତୁର ପୌଷ ମାସ  

ପାଞ୍ଜିର ଗଣନା ଅନୁସାରେ ହୁଏ ଶୁଭାରମ୍ଭ 

ଏ ମାସର ପହିଲି ଦିନଟି ଧନୁ ସଂକ୍ରାନ୍ତି

ପର୍ବ ରୂପରେ ହୋଇଥାଏ ପାଳିତ

ଫସଲ ଅମଳ କରି କୃଷକ ଥାଏ ଆନନ୍ଦିତ

ଓଡ଼ିଆ ଚଳଣିରେ ରହିଛି ଏହାର ବିଶେଷତ୍ଵ

ହୁଏ ଉଖୁଡା ବା ମୁଆଁ ବୁଝି ତାର ମହତ୍ତ୍ଵ

ଏ ଧନୁ ସଂକ୍ରାନ୍ତି ମୁଆଁ ଠାକୁରଙ୍କ ପାଖରେ 

ଲାଗେ ଭୋଗ କେତେ କାଳୁ ଅଛି ବିଧି 

ଏଇ ଦିନରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କଠାରେ

ଆରମ୍ଭ ହୋଇଥାଏ ପହିଲି ଭୋଗ

ପହିଲି ଭୋଗରେ ଖେଚେଡ଼ି ବିରି ଗହମଚୂନା 

ଗୁଆ ଘିଅରେ ପାଗ ହୋଇଥିବା ପିଠା 

ହୋଇଥାଏ ଧନୁମୁଆଁ ଲାଗି 

ମାସ ଯାକ ହୁଏ ଆସିବା ଯାଏଁ ମକର ସଂକ୍ରାନ୍ତି

ମାଆ ଲକ୍ଷ୍ମୀ ସାଆନ୍ତାଣୀ ଯା'ନ୍ତି ବାପା ଘର

ଯଶୋଦା ମା' ହାତରନ୍ଧା ଖାଆନ୍ତି ଶ୍ରୀଜଗନ୍ନାଥ 

ସୁମିଷ୍ଟ ବଡ଼ ଝିଲି ଦରସୁଆ ଝିଲି ଦରସୁଆ ବଡ଼ି 

କାକେରା ଲଡ଼ୁ ଗଜା ହୁଏ ଭୋଗ 

ପୌଷ ମାସର ପବିତ୍ରତାକୁ ରଖି ଲକ୍ଷ୍ୟ 

ଶ୍ରୀଜଗନ୍ନାଥଙ୍କର ହୋଇଥାଏ ପୁଷ୍ୟାଭିଷେକ 

ଏ ସଂକ୍ରାନ୍ତିର ଅନ୍ୟ ନାମ ମହୋଦରୀ 

ଓଡ଼ିଆ ଜାତି ପାଳି ପର୍ବ ରଖେ ସଂସ୍କୃତିର ଟେକ।

      


Rate this content
Log in

Similar oriya poem from Abstract