STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ପୌଷ ମାସ ଶୀତ ଅତି କଷ୍ଟକର

ପୌଷ ମାସ ଶୀତ ଅତି କଷ୍ଟକର

1 min
249


         (ରାଗ:- ବଙ୍ଗଳା ଶ୍ରୀ )


ବ୍ୟତୀତ ଶୀତରେ        ମାର୍ଗଶିର ମାସ

       ପୌଷ ମାସ ଶୀତ ପୁଣି

ତାଣ୍ଡବ ଏହାର          ଅତି ଭୟଙ୍କର

      ବୃଦ୍ଧ ମୁଁ ପାରୁଛି ଜାଣି !!


ରାତ୍ରେ ନିଦ୍ରା ନାହିଁ      ହା କୃଷ୍ଣ ହା ରାମ

      କାଳିଆ ତୋହରି ରାବ

ଶୀତର ଲହରୀ       କଷ୍ଟ ଦେଉ ଅଛି 

       ସହିବାକୁ ଅସମ୍ଭବ !!


ସୂର୍ଯ୍ୟ ଆରାଧନା       କରିବି ସକାଳୁ

       ହୁଏ ତରତର ମୁହିଁ 

ମହତ୍ତ୍ଵ ଜାଣିଛି ‌‌    ‌‌   ସୂର୍ଯ୍ୟର ତର୍ପଣ

     ପୌଷ ଏ ମାସରେ ଯହିଁ !!


ଉତ୍ତରାୟଣ ଟି         ଦିନକରଙ୍କର

      ମକର ସଂକ୍ରାନ୍ତି ଠାରୁ

ହେବ ଶୁଭକର୍ମ      ଶାସ୍ତ୍ରରେ ବର୍ଣ୍ଣିତ   

     ପରା ଶୁଣିଛି ଶାସ୍ତ୍ରରୁ !!


ଶୀତ କରୁ ଅଛି       ଅତି ବିଚଳିତ 

     ବୁଦ୍ଧି ଦିଶୁ ନାହିଁ ମୋର

ଦୂର କର ଶୀତ     ହେ ଜଗା କାଳିଆ

      ତୁହି ପରା ନିରାକାର !!


ପୌଷ ମାସ ଶୀତ   ହାଡ଼ ଯେ ଭାଙ୍ଗୁଛି 

     କି କହିବି ଚକାଡୋଳା

ବୃଦ୍ଧ ବୟସ ମୋ     ଦୁର୍ବଳ ଏ ଦେହ

     ଉଠୁଛି ଚିନ୍ତାର ଜ୍ବାଳା !!


କରିବି କିପରି       ସୂର୍ଯ୍ୟଙ୍କ ତର୍ପଣ

     ପୌଷ ଶୀତ ଭୟଙ୍କର

ଶୀତୁଆ ପବନ       ବହୁଛି ପ୍ରଖର 

     କମ୍ପୁଛି ଶରୀର ମୋର !!


ଅନ୍ଧାର ଦିଶୁଛି      ଚତୁର୍ଦ୍ଦିଗ ମୋତ

      ଦିଶୁ ନାହିଁ କିଛି ବାଟ 

ଭରସା ମୋହର     ତୁହି ଜଗନ୍ନାଥ

      ଦୂର କରି ଦିଅ କଷ୍ଟ ।।




Rate this content
Log in

Similar oriya poem from Abstract