Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Tragedy

3  

Ajit Kumar Raut

Tragedy

ପାଉଁଶ ତଳର ସ୍ବପ୍ନ

ପାଉଁଶ ତଳର ସ୍ବପ୍ନ

1 min
395


କାହିଁକି ଦେଖେ ମୁଁ ଦିନ ରାତି ସ୍ୱପ୍ନ କୁହୁଳୁଛି କାହା ପାଇଁ,

ପାଉଁଶ ତଳର ନିଆଁ ପରି ଏହୁ ମନ ଦେଉ ଅଛି ଛୁଇଁ।୧।


ଜଳି ଉଠେ କେବେ ଲିଭି ଯାଏ କେବେ ବାସ୍ତବିକତାଟି ନାହିଁ,

ପ୍ରେମ ଆଉ ସ୍ୱପ୍ନ ଆବିର୍ଭାବ ହୁଏ ସତ୍ୟତା ତହିଁରେ ନାହିଁ।୨।


କିପରିଟି ସ୍ୱପ୍ନ ଦେଖୁ ଅଛି ମୁହିଁ ପାଗଳୀ ତ ମୁହିଁ ନୁହେଁ?

ଦେଖିଥିଲି ଦିନେ ବଦନ ତାହର ତାର ପରିଚୟ ନୁହେଁ।୩।


ପାଉଁଶ ତଳର ସ୍ୱପ୍ନ ପରି ଏହୁ ମନ କୋଣେ ନାଚି ଯାଏ,

ଲିଭି ଯାଏ ପୁଣି କୁହୁଳି ଉଠେଟି ଜଳି ଉଠେ ପୁଣି ସିଏ।୪।


ସଜେଇ ପାରୁନି ଏପରି ସ୍ୱପ୍ନକୁ ପାଉଁଶ ତଳର ସ୍ୱପ୍ନ,

କୁହୁଳିଛି କେବେ ଜଳିଉଠୁଅଛି କାହିଁକି ଏପରି ସ୍ୱପ୍ନ।୫।


ଦୁଇ ନଦୀ କୂଳ ପରି ଅନୁଭୂତି ଅନୁଭବ ହୁଏ ମନେ,

କୂଳ ନ ମିଶିବ ସତ୍ୟବାକ୍ୟ ଏହୁ ସ୍ୱପ୍ନ କିମ୍ପା ଆସେ ମନେ।୬


ନୀଳ ଆକାଶକୁ କିମ୍ପା ଦେଖୁ ଅଛି ଦେଖୁ ଅଛି କିମ୍ପା ସ୍ୱପ୍ନ?

ତାର ମୁଖ କିମ୍ପା ଦିଶେ ନୟନରେ ପାଉଁଶ ତଳର ସ୍ୱପ୍ନ।୭।


ଚନ୍ଦ୍ର ତାରା ଦେଖେ ନୀଳ ଆକଶରେ ପ୍ରଫୁଲ୍ଲିତ ହୁଏ ମନ,

ଗନ୍ଧ ସୁବାସିତ ସମୀର ବହେଟି ମନ ହୁଏ ଛନଛନ।୭।


ସେହୁ ମୁଖ ପୁଣି ନାଚି ଉଠୁ ଥାଏ ମନ ହୋଇ ଯାଏ ଶୂନ୍ୟ,

ଲିଭି ଯାଏ ପୁଣି ମନର ମଧ୍ୟରୁ ସ୍ୱପ୍ନ ପରି ହୁଏ ଶୂନ୍ୟ।୮।


ପାଉଁଶ ତଳର ସ୍ୱପ୍ନ ଏହୁ ଅଟେ ସାକାର ନହେବ କେବେ,

ବୃଥା ଏହୁ ସ୍ୱପ୍ନ ପୂରଣ ନହେବ ନ ଦେଖିବି ଆଉ କେବେ।୯।


କାହିଁକି ଦେଖୁଛି ଦିନ ରାତି ସ୍ୱପ୍ନ କୁହୁଳୁଛି କାହା ପାଇଁ,

ପାଉଁଶ ତଳର ନିଆଁ ପରି ଏହୁ ମନ ଦେଉ ଅଛି ଛୁଇଁ।୧୦।



Rate this content
Log in

Similar oriya poem from Tragedy