STORYMIRROR

Pravatirani Mohanty

Abstract

4  

Pravatirani Mohanty

Abstract

ପାଟି ଥାଇ ମୂକ 🌹🌹🌹

ପାଟି ଥାଇ ମୂକ 🌹🌹🌹

1 min
271


ପାଟିଥାଇ ମୁକ କାନ ଥାଇ କାଲ

ଆଖି ଥାଇ ଅନ୍ଧ ଭଳି

ଜୀବନ ର ଫୁଲ ଫୁଟୁ ନ ଫୁଟୁଣୁ 

କ୍ଷଣିକେ ଯାଏ ବଦଳି

ପାଟି ଖୋଲିଦେଲେ ପ୍ରଳୟ ହୋଇବ

ଜୀବନେ ଆସିବ ଝଡ଼

ସତ କଥା ଯଦି କହିଦେବ ବନ୍ଧୁ

ସଭିଏଁ ହେବେ ଅପଡ଼ 

କିଛି ନକହିବ ଚୁପ ରହିଲେ

ଦୋଷୀ ରେ ହୋଇବ ଗଣା 

ଦେଖି ନ ଦେଖିଲା ପରି ଯଦି ଯିବ

ସମ୍ପର୍କ ହୋଇବ ଉଣା 

ଏଇତ ଜୀବନ ଭାସିଭାସି ଯାଏ

ଠିକ ଚଳଚିତ୍ର ପରି

ଅମଡ଼ା ବାଟରେ ବଞ୍ଚିବାକୁ ହୁଏ

ସଭିଙ୍କୁ ନିଜର କରି

କହି ଜାଣି ଯଦି ନକହିବ କିଛି

ଜିଭକୁ ସଂସ୍କାର କରି

ନିରବ ରହିଲେ ଜାଣି ନାହଁ କିଛି

କହିଦେଲେ ଯିବ ସରି ।।


Rate this content
Log in

Similar oriya poem from Abstract