STORYMIRROR

Sanuja Meghamala

Abstract

3  

Sanuja Meghamala

Abstract

ପାଠାଗାର

ପାଠାଗାର

1 min
12.3K

ଥାକ ଥାକ ବହିସବୁ

 ସଜା ହୋଇ ଅପେକ୍ଷା ରେ

ଥାଆନ୍ତି ସକାଳୁ ସଂଜ

ପାଠାଗାର ଭିତରେ

କେହି ଏବେ ଆସିବ ବୋଲି

ମୋଟା ପତଳା ରଙ୍ଗ ବେରଙ୍ଗ

ବହି ମାନେ ସବୁବେଳେ

ପାଠକ କୁ ନିଜର କରି

ଭରି ଦିଅନ୍ତି ସନ୍ତୋଷ ଓ ତୃପ୍ତି


 ବାରମ୍ବାର ବହି ଗୁଡ଼ିକର

ପୃଷ୍ଠା ପରେ ପୃଷ୍ଠା ଓଉଟାଇ 

ପଢି ଦେଲା ପରେ ପୁଣି 

 ସଜାଡି ଥୋଇଦେଇ ଥାକରେ

 ଅଚିଂହ୍ନା ଅଜଣା ହୋଇ

 ଫେରିଯାଆନ୍ତି..,ଯେ ଯାହା ବାଟ ରେ

ବହି ପୁଣି ଥାକରେ ସଜା ହୋଇ

 ସ୍ବାଗତ କରନ୍ତି ଆଉ କାହାକୁ

 କାଚ ଆଲମାରୀ ର ଚକ୍ ଚକ୍

 ବହି ଥାକ ଭିତରୁ କେତେ ବେଳେ

କେହି ଆସି ଅଣ୍ଡାଳି ପକାଏ

ଇତିହାସ ଦେଶ ବିଦେଶ ର

କେହି ଖୋଜିବସେ ଭୂଗୋଳ 

ଅର୍ଥନୀତି ରାଜନୀତି ଅବା 

ଗୀତା ଭାଗବତ ପୁରାଣ ପୋଥି


କେବେ ତୁମେ ନିରସ ମନରେ

 ଭରିଦିଅ ଆଶା ଆଶ୍ୱାସନା

 ବଞ୍ଚିବାର ନୂଆ କିଛି ପ୍ରେରଣା

ପାଠା ଗାର ତୁମେ ଅଟ

 ଅସୀମ ଜ୍ଞାନ ର ଭଣ୍ଡାର 

 ସାକ୍ଷୀ ମାନବ ସଭ୍ୟତା ଓ ସଂସ୍କୃତି ର



Rate this content
Log in

Similar oriya poem from Abstract