STORYMIRROR

Keshab Chandra Dash

Classics Fantasy Others

4  

Keshab Chandra Dash

Classics Fantasy Others

ପାତାଳୀ ଶ୍ରୀକ୍ଷେତ୍ର

ପାତାଳୀ ଶ୍ରୀକ୍ଷେତ୍ର

1 min
121


ତିନି ଦାରୁ ତିନି ଦିଅଁ ପ୍ରଭୁ ଆଜି 

ଦର୍ଶନ ଦେଇଛ ମତେ 

ମାନବ ଜୀବନ ସାର୍ଥକ ହୋଇଛି

କି ସୁନ୍ଦର ଦିବ୍ୟରୂପ ସତେ !


ପ୍ରତ୍ୟକ୍ଷ ପ୍ରମାଣ ଦେଇଛ ପ୍ରଭୁ ହେ

ରହିଅଛ ତୁମେ ସବୁଠାରେ 

କି ରୁପେ ଦୟାମୟ ତୁମ ମହିମା ଗାଇବି

ଭାଷା ନାହିଁ ମୋହଠାରେ ।


ଏକା ଅନୁଭବୀ ହିଁ ଅନୁଭବରେ ଜାଣିବ

ପାତାଳୀ କ୍ଷେତ୍ରରେ ତୁମ ଅବସ୍ଥିତି 

ଦୟା ନ ଥିଲେ କି ହୁଅନ୍ତା ପାତାଳୀ ଦର୍ଶନ

ହେଲା ଯେଉଁ ପରିସ୍ଥିତି ।


ପାହାଡ ଚଢାରେ ସାଥୀ ଯେ ହୋଇଛ

ଦେଇ ମୁଖେ ମୁନ୍ଦେ ପାଣି

ଅସମର୍ଥ ଶରୀରକୁ ନୂଆଁ ଶକ୍ତି ଯେ ଦେଇଛ

ଭକ୍ତ ମନ କଥା ଜାଣି।


ହେ ଦୀନ ବାନ୍ଧବ, ଆହେ ଲୀଳାମୟ

ସଂସାରକୁ ରଖ ସୁଖିକରି

ତୁମ ନାମ ଜପି ପ୍ରାଣ ପକ୍ଷୀ ଉଡ଼ିଯାଉ

ଏତିକି ମାତ୍ର ପାଦତଳେ ଗୁହାରି ।।


Rate this content
Log in

Similar oriya poem from Classics