STORYMIRROR

kahnu charan sahu

Romance

3  

kahnu charan sahu

Romance

ପାରୁନି ଭୁଲି

ପାରୁନି ଭୁଲି

1 min
217


ହାଏରେ ସମୟ ତୁ

ବଦଳି ଯାଆରେ

ହୃଦୟରେ ଥିବା ଅକୁହା କୋହ

ଧୋଇଦେଇ ଯାଆରେ ।


ପାରୁନି ଭୁଲି କାହାକୁ କାହିଁ

ନିଜର କରିବା ପରେ

ମନେ ପଡୁଛ ତୁମେ ଗୋ ସାଥି

ବେଶିବେଶି ଧୀରେଧୀରେ ।


ହୃଦୟ ମୋର ହଜେଇ ଦେଇ

ଖୋଜୁଛି ଏଣେତେଣେ

ବହୁଛି ଧାର ଗଙ୍ଗାର ନୀର

ଭିଜୁଛି ଓଠ ଶ୍ରାବଣେ ।


ସତ କହୁଛି ପାରୁନି ଭୁଲି

ହୃଦୟେ ଅଛି ଜଣେ

କେତେ ଖୋଜୁଛି ପାଗଳ ମନ

ହୃଦୟ ଏକା ଜାଣେ ।।


Rate this content
Log in

Similar oriya poem from Romance