ପାର୍ବଣ
ପାର୍ବଣ
ପାର୍ବଣ.....
ଗଗନେ ପବନେ ଭାସୁଥିବାର ଶିହରଣ
ମଣିଷ ରକ୍ତରେ ଗଢ଼ା
ସୁଉଚ୍ଚ ତୋରଣ ।
ପାର୍ବଣ...........
ଲାଲ ଟହ ଟହ ଜିହ୍ଵାରେ
ତାଜା ରକ୍ତର ମଲାଟ,
ମଣିଷ ଚମଡ଼ାରେ ତିଆରି
ଢୋଲ ଓ ନିଶାନ ।
ପାର୍ବଣ...........
ଦଙ୍ଗା, ଦାରୁ ଓ ଦାଦାଗିରି ର
ପ୍ରକୋପରେ
ପ୍ରସେସନ ଚାଲେ
ନିଦା ଦ୍ୱିପ୍ରହରେ
ସୂର୍ଯ୍ୟଙ୍କର ଦାରୁଣ କିରଣ ।।