STORYMIRROR

Chinmaya Kumar Nayak

Abstract

4  

Chinmaya Kumar Nayak

Abstract

ପାନ୍ଥଶାଳା

ପାନ୍ଥଶାଳା

1 min
319

ପାନ୍ଥଶାଳାର ଖୁସିର ଆୟୁଷ

ପଥିକ ଫେରିଲେ ସରେ,

ପଥ ତ ସରେନା ଯାତ୍ରା ବି ସରେନା

ତୁଚ୍ଛାରେ ଜୀବନ ମରେ। 


ହଜିବା ଖୋଜିବା ଭିଡ଼ରେ ବୟସ

ସଳିତା ପରିକା ଜଳେ,

ହାରିବା ଜିତିବା ଚକ୍ରବ୍ୟୁହେ ପଡ଼ି

ଫେରିବାର ବାଟ ଭୁଲେ। 


କେତେ ଯେ ପଥିକ ହେଲେଣି ଅତୀତ

ହିସାବ ନାହିଁ କା ପାଶେ,

ତଥାପି ଲିଭେନା ପାନ୍ଥଶାଳା ମୋହ

ଚଟାଣ ଆବୋରି ବସେ। 


ପାପ ପୁଣ୍ୟ ସତ ମିଛ ବାରି ବାରି

ମରି ଗଲାଣି ଏ ମନ,

ସରଗର ସୁଖ ଲଭିବା ଆଶାରେ

ନର୍କ ହୁଏ ଏ ଜୀବନ।


କିଏ ଜାଣେ କେଉଁ କର୍ମଫଳ କେବେ

ଭେଟ ହେବ ଅଧା ବାଟେ,

ଏ ଘଡ଼ିର ବୀଜ କାଲିର ଜନକ

କର୍ମ ହିଁ ଜୀବନ ମାଠେ। 


ଏଇ ଯେ ଘଡ଼ିକ ମାହେନ୍ଦ୍ର ମୁହୂର୍ତ୍ତ

ହୃଦ ଭରି ଜୀଇଁବାର,

ଏଇ ପାନ୍ଥଶାଳା ହିଁ ମାଟିର ସରଗ

ଉତ୍ସ ସିନା ଆନନ୍ଦର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract