STORYMIRROR

Maitreyee Kamila

Abstract Others

3  

Maitreyee Kamila

Abstract Others

ପାଳିବା ରଜ

ପାଳିବା ରଜ

1 min
33

ଝିପି ଝିପି ବରଷାରେ

ଆସିଛି ଏ ସନ ରଜ

ମନର ଭରି ହରଷ

ପାଳିବା ଆସ ରଜ


 ତଥାପି ଆଣିଛି ମଜା ଏ ରଜ

ତୁମ ଖିଲିପାନ ର ମିଠା ମହକ

ଛୁଇଁଇବ ଗାଁ ଦାଣ୍ଡ 


ଆଦ୍ୟ ଆଷାଢ଼ ର ବର୍ଷା

ମାଟିକୁ ଭିଜେଇ ମହକେଇବ

ରଜ ଗୀତ ଗାଇ ଶୁଣେଇବ

 ଖାଇବା ଖୋଇବା ପର୍ବ ଯେ ରଜ


ତିନିଦିନ ଧରି କୁଆଁରୀ ସଜ

ଦେଖ ଲୋ ମିତ ଦେଖ ସଙ୍ଗାତ

ପହିଲି ଆଷାଢ଼ ର ପହିଲି ପର୍ବ


 ରଜ ଟି ଆମର ମୁଖ୍ୟ ପର ବ

ଓଡ଼ିଆ ଜାତିର ଅଟେ ସେ ଟେକ

ଦୂର ରେ ଥାଅ କି ପାଖରେ 

ପରମ୍ପରା ସବୁ ଆମର


 ଜମା ଖେଳିବା ନି ଦାଣ୍ଡରେ

Sanitizer ଥିବ ହାତରେ

 ଘର ବସି ରଜ ପାଳିବା

ପିଠା ମିଠାରେ ପେଟ ଭରିବା


 ଖାଲି ଖାଲି ଲାଗେ ସବୁ ସଜ ବାଜ

ରଜ ପୋଡ଼ ପିଠା ପାନ ମଉଜ

ଗାଁ ଠୁ ସହର ପଡିଛି ହୁରି

ନିଆରା ଢଙ୍ଗ ରେ ପାଳିବା ରଜ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract