STORYMIRROR

Maitreyee Kamila

Abstract Others

3  

Maitreyee Kamila

Abstract Others

ପାଳିବା ରଜ

ପାଳିବା ରଜ

1 min
30

ଝିପି ଝିପି ବରଷାରେ

ଆସିଛି ଏ ସନ ରଜ

ମନର ଭରି ହରଷ

ପାଳିବା ଆସ ରଜ


 ତଥାପି ଆଣିଛି ମଜା ଏ ରଜ

ତୁମ ଖିଲିପାନ ର ମିଠା ମହକ

ଛୁଇଁଇବ ଗାଁ ଦାଣ୍ଡ 


ଆଦ୍ୟ ଆଷାଢ଼ ର ବର୍ଷା

ମାଟିକୁ ଭିଜେଇ ମହକେଇବ

ରଜ ଗୀତ ଗାଇ ଶୁଣେଇବ

 ଖାଇବା ଖୋଇବା ପର୍ବ ଯେ ରଜ


ତିନିଦିନ ଧରି କୁଆଁରୀ ସଜ

ଦେଖ ଲୋ ମିତ ଦେଖ ସଙ୍ଗାତ

ପହିଲି ଆଷାଢ଼ ର ପହିଲି ପର୍ବ


 ରଜ ଟି ଆମର ମୁଖ୍ୟ ପର ବ

ଓଡ଼ିଆ ଜାତିର ଅଟେ ସେ ଟେକ

ଦୂର ରେ ଥାଅ କି ପାଖରେ 

ପରମ୍ପରା ସବୁ ଆମର


 ଜମା ଖେଳିବା ନି ଦାଣ୍ଡରେ

Sanitizer ଥିବ ହାତରେ

 ଘର ବସି ରଜ ପାଳିବା

ପିଠା ମିଠାରେ ପେଟ ଭରିବା


 ଖାଲି ଖାଲି ଲାଗେ ସବୁ ସଜ ବାଜ

ରଜ ପୋଡ଼ ପିଠା ପାନ ମଉଜ

ଗାଁ ଠୁ ସହର ପଡିଛି ହୁରି

ନିଆରା ଢଙ୍ଗ ରେ ପାଳିବା ରଜ


Rate this content
Log in

Similar oriya poem from Abstract