ପାଲା
ପାଲା


ଆମ ପରମ୍ପରା ଓଡିଆ ସଂସ୍କୃତି
ଆମର ଅଟେ ଏ ପାଲା
ପୁରାଣ ଶାସ୍ତ୍ରକୁ ତାହା ମାଧ୍ୟମରେ
ଆଲୋଚନା ହୁଏ ଖୋଲା ।
ଗାୟକ ଗାୟିକ କି ସୁନ୍ଦର ଭାବେ
ବିଶ୍ଲେଷଣ କରି ଥାନ୍ତି
ପୁରାଣ ଶାସ୍ତ୍ରର ଗୁଢ ରହସ୍ୟକୁ
ବଢିଆ ବଖାଣୁ ଥାନ୍ତି ।
ବାଦି ପାଲା ମନ ହୃଦୟକୁ ଛୁଏଁ
କରି ଦିଏ ବିମୋହିତ
ଅଗାଢ ପାଣ୍ଡିତ୍ଯ ଭରି ରହି ଥାଏ
ଶୁଣି ଲାଗେ ଆଶ୍ଚମ୍ବିତ ।
ଶିକ୍ଷଣୀୟ ସିଏ ହୋଇଥାଏ କେତେ
ଦେଖାଏ ଉଚିତ୍ ମାର୍ଗ
ସତ୍ୟ, ଧର୍ମ ,ନ୍ୟାୟ ପଥରେ ଚଳାଏ
ରଖେନା ମନରେ ଗର୍ବ ।
ଛୋଟ ପିଲା ଏକୋଇଶିଆ ହେଲେ ପୁଣୀ
ପାଲା ଲୋଡା ହେଇ ଥାଏ
ଜନ୍ମ ଦିନ କିମ୍ବା ଶନିକ୍ଷେତ୍ର ବେଳେ ।
ପାଲା କରା ଯାଇ ଥାଏ
ପାଲା କରିବାକୁ ଛଅ ଜଣ ଲୋଡା
ତା ମଧ୍ୟେ ଗାଆଣ ଥାନ୍ତି
ସତ୍ୟ ନାରାୟଣ ସୁମରି ହସ୍ତରେ
ଚଅଁର ସେ ଧରି ଥା
ନ୍ତି ।
ବିଷୟ ବସ୍ତୁକୁ ଗାୟକ ଗାୟିକା
ଉପସ୍ଥାପିତ କରନ୍ତି
ପୁରାଣ ପାଠର ବିଷୟ ବସ୍ତୁକୁ
କି ସୁନ୍ଦର ବାହି ନ୍ୟନ୍ତି ।
ସତ୍ୟ ନାରାୟଣ ପାଲର ଶେଷରେ
ଶୁଭ ଆଶୀର୍ବାଦ ଦ୍ୟନ୍ତି
ହରି ବୋଲ ହୁଳ ହୁଳି ଉଚ୍ଚାରନ୍ତି
ପାଦେ ପ୍ରଣାମ କରନ୍ତି ।
ପାଲା ସରିଗଲେ ସିରିଣି ବାଟନ୍ତି
ସିଏ ସବୁ ଘରେ ଘରେ
ପାଲାର ମହିମା ଚିର ସ୍ମରଣୀୟ
ହେଇଛି ରହେ ଜଗତରେ ।
ଆଜିକାଲି ପିଲେ ନାଚ ସିନେମାକୁ
ଭୋଳ ହୋଇ ଦେଖୁ ଥାନ୍ତି
ପାଲା ଦୁନିଆରୁ ଦୂରେଇ ଯାଇଣ
ନିଜ ସଂସ୍କୃତି ଭୁଲନ୍ତି ।
ପାଲା ତ ଅଟଇ ଦୁଇ ଯେ ପ୍ରକାର
ବସା, ଠିଆପାଲା ସିଏ
ଠିଆ ପାଲା ଭାରି ଭଲ ଲାଗୁଥାଏ
ମନକୁ ସେ ମୋହି ନିଏ ।
ସତ୍ୟ ନାରାୟଣ ପାଦ ପଦ୍ମେ ସଦା
ରହି ଥାଊ ମୋର ମତି
ରକ୍ଷା କରୁଥାନ୍ତୁ ଏଇ ଜଗତକୁ
ପ୍ରଭୁ ଲକ୍ଷ୍ମୀ ପ୍ରାଣପତି ।