STORYMIRROR

Panchanan Jena

Tragedy

4  

Panchanan Jena

Tragedy

ପାକଳ ବଳ୍‌କଳ

ପାକଳ ବଳ୍‌କଳ

1 min
423


ମୁଁ ଜାଣେ ମୋ ହୃଦୟକୁ 

ଗୋଟାପଣେ

କେତେ ଆଉଁସିଲେ 

ଆଉ କେତେ ଝୁଣିଲେ

ଜଣେ ଜଣେ ।


ଦଳେ ଆସିଲେ 

ପ୍ରେମ କଲେ

ସ୍ନେହ ଦେଲେ

ଆଉଜି ହେଲେ

ଖୁସିରେ କୁତୁକୁତୁ ବି କଲେ 

କାନ୍ଧ ପଇତା

ଆଜି ଯାଏ ବି ହୃଦୟର

ସେହି ମଖମଲି ଗର୍ଭଗୃହରେ ସାଇତା

ନିସ୍ୱାର୍ଥରେ ବନ୍ଧା ବିଶ୍ୱାସ 

ଜୀବନର ଶେଷ ନିଃଶ୍ୱାସ ।


ଆଉ ପଲେ ଆସିଲେ

ପାଖରେ ବସିଲେ

ହସି ଖୁସି ଗପିଲେ

ନିଜର ଆପଣାର ଲାଗିଲେ

ମୌକା ଦେଖି ଚଉକା ଛକ୍କା ବି ମାରିଲେ

ବାଉଁଡରୀ ଡେଉଁ ମସ୍ତି ମଭଜ କଲେ

ହୃଦୟର ଅତି ନିକଟତର ହୋଇଥିଲେ


ସମୟର ମୂଲ୍ୟ 

ବୟସର ଦୋଷ

ବିଧା ମାରି 

ହାତ ପୁରେଇ

ପଣସ ପାରିଲେ

କଅଁଳିଆ ମାଉଁସ ବାଛି ବାଛି ଚାପିଲେ

ମୋ ବେଳକୁ କେବଳ ଶୂନ୍ୟତା

ବଦନାମ ଗଳିର ଠିକଣାହୀନ ଭଦ୍ରତା ।


ଆଶ୍ଚର୍ଯ୍ୟ ଲାଗେ

ମୋ ହୃଦୟଟା

ଏବେ ବି କାମ କରୁଛି

ବର୍ଷାରେ ବି ବନ୍ୟାରେ ବି

ଶୀତରେ ବି ମୀତରେ ବି

ଗ୍ରୀଷ୍ମରେ ବି ଶୁଷ୍କ ରେ ବି

ଶରତରେ ବି ବସନ୍ତରେ ବି

ସର୍ବଗୁଣା ସର୍ବଜିଣା ବିଣାଝିଣା 

ଭିଡରେ ବି ଲାଗେ ବାଟବଣା କଣା ।


ଲାଗୁଛି ଋତୁଚକ୍ରରେ ପେଷି ହୋଇ

ବେଶ୍ ପାକଳ 

ଗଛ ପାଚିଲା ବଲ୍କଳ

ହୃଦୟରେ ବେଳେ ବେଳେ ଉଠେ 

ବିଳାପ କଂପନ

ହୋଇଯାଏ ସବୁ ଗୋଳମାଳ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy