ଅବଶୋଷର ଧୂଆଁ
ଅବଶୋଷର ଧୂଆଁ
ସପନ କୁହଡ଼ି ପହଁରି ପହଁରି
ନପାଇଲି ପ୍ରୀତି ଛୁଆଁ ,
ମରମେ ମରମେ କୁହୁଳେ ସରମେ
ଅବଶୋଷର ଏ ଧୂଆଁ ।
ଭରସା ମୋ ଥିଲା ବୟସ ଉପରେ
ଧରାକୁ ଭାବିଲି ସରା ,
ବଢ଼ିଲା ବୟସ କମିଲା ଆୟୁଷ
ରହେ ଅବଶୋଷ ଖରା ।
ହାରିବା ଜିତିବା ପାଇ ହରେଇବା
ସରେ ନାହିଁ ବଢ଼େ ଶୋଷ ,
ଝଡ଼େ ଯଉବନ ପୋଡ଼ି ଯାଏ ମନ
&n
bsp; ରହି ଯାଏ ଅବଶୋଷ ।
ଜଳି ଯାଆନ୍ତା ଏ କାମନା ବାସନା
ଲିଭି ଯା'ନ୍ତା ଲୋଭ ନିଆଁ ,
ଆଶା ବୈତରଣୀ କୁହୁଳାଏ ପୁଣି
ଅବଶୋଷର ଏ ଧୂଆଁ ।
ହିସାବରେ ବସେ ଲାଭ ପାଇବାକୁ
କ୍ଷତି କରି ଥାଏ ଆଁ
ଶୂନ୍ୟ ଭାଗଶେଷ ଦେଖି ଚରି ଯାଏ
ଅବଶୋଷର ଏ ଧୂଆଁ ।