Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Birakishore Nayak

Tragedy

3  

Birakishore Nayak

Tragedy

ଅଦିନିଆ ବର୍ଷା

ଅଦିନିଆ ବର୍ଷା

1 min
653



ବରଷା ଋତୁରେ ବର୍ଷା ଭଲ ଲାଗେ

   ଭରିଥାଏ କେତେ ଆଶା 

କୃଷକ ହୃଦୟେ ସବୁଜ ସପନ

   ପ୍ରେମୀ ନୟନରେ ଭାଷା |


ବର୍ଷା ପାଇଁ ସାରା ଜଗତ ବଞ୍ଚିଛି

   ଶୋଭାମୟ ଧରା ଧାମ 

ଶ୍ରାବଣୀର ଛୁଆଁ ଘନ ବନାନୀରେ

   ରଙ୍ଗ ଭରେ ଘନ ଶ୍ୟାମ |


କିନ୍ତୁ ବେଳେ ବେଳେ ଅଦିନିଆ ବର୍ଷା

   ଆସେ ସାଥେ ଦୁଃଖ ନେଇ 

ଦେଖାଏ ନିଜର କ୍ଷୁବ୍ଧ ରୂପ ସତେ

   ଅଯାଚିତେ ଢାଳିଦେଇ |


ଅଦିନିଆ ମେଘ ବର୍ଷି ଥାଏ ବହୁ

   କୁଆପଥର ବି ଖସେ 

ଚାଷୀର କ୍ଷେତରେ ସୁନାର ଫସଲ

   ଅକାରଣେ ସବୁ ନାଶେ |


ପୌଷ ମାଘେ ଆସି ଶୀତର ପ୍ରକୋପ

   ଅଧିକ ବଢ଼ାଇ ଦିଏ 

ଦେହ ଥରିଯାଏ ଅଭାବୀ ମଣିଷ

   ଦୁଃଖ ଭୋଗ କରିଥାଏ |


ଜୀବନ ଜୀବିକା ଉଜାଡି ଦିଏ ସେ

   ସବୁକାମ ଧୀର ହୁଏ 

ପଶୁ ପକ୍ଷୀ ସବୁ ହନ୍ତସନ୍ତ ହୋଇ

   ରହନ୍ତି ଛାଡିବା ଯାଏ |


ଆକାଶରେ ମେଘ ଦୋଳି ଖେଳୁଥାଏ

   ସୂରୁଜ ଦିଶନ୍ତି ନାହିଁ 

ଚକୋର ଭୀତିରେ ବସିଥାଏ ସତେ 

   ଗଛଡାଳେ ଲୁଚିରହି |


ପଲ୍ଲୀରୁ ସହର ସବୁଠାରେ କଷ୍ଟ

   ଆଣେ ଅଦିନିଆ ବର୍ଷା 

ଶୀତୁଆ ଦେହରେ ବାହାରି ହୁଏନି

   ଫାଙ୍କାଳିଆ ହୁଏ ରାସ୍ତା |


ଗାଈ ଗୋରୁ ସବୁ ଗୁହାଳେ ରହନ୍ତି

   ଶୁଭେନି ଗଉଡ଼ ଡାକ 

ଥଣ୍ଡା ପବନରେ ନୀରବେ ରହନ୍ତି

   ସହିବାକୁ ବାଧ୍ୟ ଭୋକ |


ଅଦିନିଆ ମେଘ ଆସିଥାଏ ପରା

   ଅଦିନ କୁଣିଆଁ ପରି 

ପାଏ ନାହିଁ ଶ୍ରଦ୍ଧା ଅକାରଣେ ବର୍ଷି

   ଦିନକରେ ଯାଏ ଫେରି |



Rate this content
Log in

Similar oriya poem from Tragedy