STORYMIRROR

Nirupama Dehuri

Tragedy

3  

Nirupama Dehuri

Tragedy

ଷଡ଼ଯନ୍ତ୍ର

ଷଡ଼ଯନ୍ତ୍ର

1 min
188

ମହାଭାରତ କୂଟ ଚକ୍ରାନ୍ତରେ ପରିପୂର୍ଣ୍ଣ

ଆଦ୍ୟରୁ ପ୍ରାନ୍ତ ଯାଏ

ଗଙ୍ଗାରୁ ଗାଙ୍ଗି ଯାଏ

ସତ୍ୟବତୀର ବିବାହରୁ

ଭୀଷ୍ମ ପ୍ରତିଜ୍ଞା

ଷଡ଼ଯନ୍ତ୍ରର ପରିଭାଷା ।


ଶକୁନିର ପଶାକାଠି

ଜଉ ଗୃହେ ପାଣ୍ଡବ ଦହନ

ଚକ୍ରବ୍ୟୂହେ ଅଭିମନ୍ୟୁ ବଦ୍ଧ

ଯହିଁ ଚାହଁ ଷଡ଼ଯନ୍ତ୍ର ।

ରାମ ବନବାସ ଠାରୁ

ସୀତାଙ୍କ ହରଣ ବି 

ଷଡ଼ଯନ୍ତ୍ରର ସୂଚନା ଦିଏ ।


ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଗୁଳିକାଣ୍ଡ

ସୁଭାଷ ବୋଷଙ୍କ ବିମାନ ଦୁର୍ଘଟଣା

ତାସକେଣ୍ଟ ଚୁକ୍ତି ପରେ

ଲାଲ୍ ବାହାଦୂର ଶାସ୍ତ୍ରୀଙ୍କ

ମୃତ୍ୟୁରେ ବି

ଷଡ଼ଯନ୍ତ୍ରର ଗନ୍ଧ ବାରି ହୁଏ ।


ବଳି ପଡେ ନିରୀହ ଜୀବନ

ଜାଲିଆନାୱାଲାବାଗ ହତ୍ୟାକାଣ୍ଡରେ

ସ୍ୱାଧୀନତା ପରେ ବି

ଜମ୍ମୁ କାଶ୍ମୀର ହନ୍ତସନ୍ତ

ପାକିସ୍ଥାନ ଷଡ଼ଯନ୍ତ୍ରରେ ।


ଚୀନର ଷଡ଼ଯନ୍ତ୍ର

ସିଆଚୀନରେ ଯୁଦ୍ଧ ପ୍ରସ୍ତୁତି

ଭାରତ ପାକିସ୍ତାନ କଳହର

ଫାଇଦା ଉଠାଏ

କୋରନା ଆତଙ୍କ ଖେଳାଏ

ବିଜ୍ଞାନଗାରରୁ ସ୍ରୃଷ୍ଟି କରେ

ବିଶ୍ୱର ବଡ଼ ବଡ଼ ଦେଶ

ବଳି ପଡେ ଭାରତ ସମେତ ।


କଳି ଯୁଗେ ଦୋତୁଣ୍ଡି ମଣିଷ

ବିଶ୍ୱାସର କଥା କହେ

ପଛରେ କୁଠାର ଘାତ କରେ

ଭୁଲି ଯାଏ ସ୍ନେହ ପ୍ରେମର

ଭାଷା ସ୍ୱାର୍ଥ ପାଇଁ ।


ସ୍ୱାର୍ଥ ସର୍ବସ୍ବ ଦୁନିଆରେ

ଦୟା କ୍ଷମାର ସ୍ଥାନ ନଥାଏ

ଛଳନା ରେ ପରିପୂର୍ଣ୍ଣ

ଯହିଁ ଚାହଁ ମଣିଷ ରୂପରେ

ଜାନୁଆର ରାଜନୀତିର ଚରାଭୂଇଁ ।


ସତ୍ୟ ପରାଜୟ ହୁଏ

ମିଥ୍ୟା କାୟା ବିସ୍ତାରେ

ସମ୍ପର୍କରେ ଫାଟ ସୃଷ୍ଟି ହୁଏ

ଯୌଥ ପରିବାର ଭୁଷୁଡି ପଡେ

ଆତ୍ମୀୟତା ନାହିଁ କେଉଁଠାରେ

କଳିର କରାଳ ଚକ୍ରରେ ।



Rate this content
Log in

Similar oriya poem from Tragedy