କିଛି ତ ଅଛି ପ୍ରେମରେ
କିଛି ତ ଅଛି ପ୍ରେମରେ
କିଛି ତ ଅଛି ପ୍ରେମରେ
ନୋହିଲେ ପତ୍ନୀର ମୃତ୍ୟୁ ପରେ ବି
ତାଜମହଲ କି ଗଢିଥାନ୍ତେ-୧
କିଛି ତ ଅଛି ପ୍ରେମରେ
ନୋହିଲେ ସ୍ତ୍ରୀ ହରଣ ପରେ ବି
ସେତୁବନ୍ଧ କି ବାନ୍ଧିଥାନ୍ତେ-୨
କିଛି ତ ଅଛି ପ୍ରେମରେ
ନୋହିଲେ ଚିରହରଣ ପରେ ବି
ବେଣୀବନ୍ଧନ ପ୍ରତିଜ୍ଞା କି ପୂରଣ କରିଥାନ୍ତେ
-୩
କିଛି ତ ଅଛି ପ୍ରେମରେ
ନୋହିଲେ ରକ୍ତ ରଞ୍ଜିତ ଚିହ୍ନ ପରେ ବି
ମରିବାକୁ କି ଦୌଡିଥାନ୍ତେ-୪
କିଛି ତ ଅଛି ପ୍ରେମରେ
ନୋହିଲେ ଅନ୍ୟତ୍ର ବିବାହ ପରେ ବି
ପ୍ରେମିକା ପାଇଁ କିଡନି କି ଦେଇଥାନ୍ତି-୫
କିଛି ତ ଅଛି ପ୍ରେମରେ
ନୋହିଲେ ପ୍ରେମରେ ବିଫଳ ପରେ ବି
ହସି ହସି ବିଷ କି ପିଇଥାନ୍ତେ-୬
କିଛି ତ ଅଛି ପ୍ରେମରେ
ନୋହିଲେ ଅନ୍ୟତ୍ର ଠିକଣା ପରେ ବି
ନୀରବ ଲୋତକ କି ଝରେଇଥାନ୍ତେ-୭
କିଛି ତ ଅଛି ପ୍ରେମରେ
ନୋହିଲେ ବାରମ୍ଵାର ପ୍ରୟାସ ପରେ ବି
ଜୀବନ ଦୀପକୁ କି ଲିଭେଇଥାନ୍ତେ-୮
କିଛି ତ ଅଛି ପ୍ରେମରେ
ନୋହିଲେ ଦେହ ଦେହଳୀ ପରେ ବି
ଦେହାତୀତ ପ୍ରେମ କି ଅମରାକ୍ଷରେ ଲେଖିଥାନ୍ତେ-୯
କିଛି ତ ଅଛି ପ୍ରେମରେ
ନୋହିଲେ ମିଳନ ବିଫଳ ପରେ ବି
ନିଜକୁ ସୌଭାଗ୍ୟଶାଳି ମଣୁଥାନ୍ତି -୧୦

