STORYMIRROR

Jyotsnarani Panda

Tragedy

3  

Jyotsnarani Panda

Tragedy

ଅଦିନିଆ ବର୍ଷା

ଅଦିନିଆ ବର୍ଷା

1 min
224


ଅଦିନିଆ ବର୍ଷା ପରି 

ତୁମେ ତ ଆସିଥିଲ 

ମୋ ଜୀଵନର 

ଲିପାପୋଛା 

ମାଟି ଅଗଣାକୁ ।


ନା କେବେ ନିମନ୍ତ୍ରିଥିଲି 

ନା ତୁମର ଲୋଡା ଥିଲା 

ମୋ ପୂର୍ଣ୍ଣାଙ୍ଗ ପ୍ରୀତି ମହଲରେ ।


ତଥାପି ମୁଁ 

ସ୍ଵୀକାରିଲି ଆଦରିଲି

ଏକ ସହୃଦୟତା ଓ 

ଵଡପଣ ନେଇ ।


ଟୋପା ଟୋପା ପ୍ରେମ 

ହୋଇ ଝରିଗଲ ତୁମେ 

ପ୍ରତିଟି ବୁନ୍ଦା ତୁମ 

ହୃଦୟରେ ତୋଳୁଥିଲା 

ମହ୍ଲାର ରାଗର ମତୁଆଲା ମହକ ।


ଵେପଥୁ ଜାଗିଲା 

ଏକ ରୋମାଞ୍ଚିତ ରାଗିଣୀରେ 

ମେଞ୍ଚା ମେଞ୍ଚା ସ୍ନେହଭିଜା 

ଆଲୋଡନରେ 

ତନୁ ମନ ପ୍ରଶମିତ 

ହେଉଥିଲା 


ଯେମିତି ଦୀର୍ଘ ଦିନରୁ 

ଥିଲା ବୋଧେ ଉତ୍ତପ୍ତ

 ଵାଲୁକା ବେଳାଭୂମି ପରି ।


ଯେତେ ଯେତେ ଭିଜି ଭିଜି 

ଆହ୍ଲାଦିତ ହେଉଥିଲି 

ସେତେସେତେ ଉଜୁଡୁଥିଲା 

ମୋ ନିରୀହ ସରଳ ପଣ

ମୋ ଭାବନା ମୋ ଆବେଗ 

ମୋ ଉଦାରତା 

ମୋ ପ୍ରେମର ପହିଲି ଵେଗ 



ଠିକ୍ ପାଚିଲା ଧାନ କିଆରୀ ଉଜୁଡିଲା ପରି 

ଅନାବଶ୍ୟକ ଶ୍ରାବଣ 

ତ କେବଳ ଦୁଃଖର ଦ୍ରଵଣ 


ଚାଷୀଟିଏ କାକୁସ୍ଥରେ ତା ହତଶିରୀ କ୍ଷେତକୁ 

ଚାହିଁଲା ପରି 

ମୁଁ ବି ମୁହଁ ବୁଲେଇ ଚାହିଁଲି 


ଅତୀତ ରହିଗଲା ବହୁ ଦୂରେ 

ମୁଁ ବୋଧେ ଏକ ଭ୍ରମିତ ପଥରେ ।।


ଚାଷୀଟିର ଲୁହ ପୋଛିଵା ଆଗରୁ 

ସେ କିନ୍ତୁ ଖୁବ୍ ଦରଦରେ 

ପୋଛୁଥିଲା ମୋ 

ଅସ୍ବାଭାବିକ ଅଶ୍ରୁ ।


ବୋଧେ ଗୁଣୁଗୁଣୁ ସ୍ଵରରେ କହୁଥିଲା 

ପରଦେଶୀକୁ କେବେ ବି ଜୀବନରେ ବିଶ୍ୱାସ 

କରିବୁନି !


ସେମାନେ କେବଳ

ହୃଦୟ ଭାଙ୍ଗିବାରେ 

ପ୍ରବୀଣ ଓ ଧୂର୍ତ୍ତ 


ମିଠା ମିଠା କଥା କହି 

ମିଛ ପ୍ରତିଶ୍ରୁତି ରେ ମୋହି 

ଏକ ଅନିର୍ଦ୍ଦିଷ୍ଟ ଠିକଣାରେ 

ହୋଇଯାନ୍ତି ଉଭାନ ।।


ଏବେ ଵୁଝିଗଲି 

କେତେ ଭୟଙ୍କର 

ଏ ଅଦିନିଆ ବର୍ଷା


କେତେ ସହଜରେ 

ଭାଙ୍ଗିପାରେ ଆଶା ଆଉ ଭରସା ।



Rate this content
Log in

Similar oriya poem from Tragedy