STORYMIRROR

Prafulla Kumar Tripathy

Tragedy

3  

Prafulla Kumar Tripathy

Tragedy

ବାବୁ ଟଙ୍କାଟିଏ ଦିଅ

ବାବୁ ଟଙ୍କାଟିଏ ଦିଅ

1 min
145

ସହରର ଗଳି କନ୍ଦି

ରେଳଷ୍ଟେସନ ହେଉକି

ବସଷ୍ଟାଣ୍ତ ନିକଟରେ

ମଣିଷର ବ୍ୟସ୍ତତା ଭିତରେ

ନଜର ପଡିଯାଏ

ହାତପାତି ମାଗୁଥିବା

ଭିକୁକଟି ଉପରେ।


ଛିଣ୍ତା ଅଧାଜାମା ପ୍ୟାଣ୍ଟ ପିନ୍ଧି

ବୁଲୁଥାନ୍ତି ହାତରେ ଛିଣ୍ତାମୁଣି ଧରି

ଧାଇଁ ଆସି ମାଗନ୍ତି

ବାବୁ ଟଙ୍କାଟିଏ ଦେବ ?

କାଲିଠୁ କିଛି ଖାଇନି

ନ ଦେଲା ପର୍ଯ୍ଯନ୍ତ ଛାଡନ୍ତିନି ।


ବ୍ଯସ୍ତତା ମନ ଭିତରେ

ମାଗୁଥିବା ଭିକୁକର ଅବସ୍ଥା ଦେଖି

କେବେ ମନେହୁଏ ପକେଟରୁ

ଟଙ୍କାଟିଏ କି ଦୁଇଟଙ୍କା

ତା ହାତକୁ ବଢାଇ ଦିଏ

କେବେ କେବେ ବିରକ୍ତ ମନରେ

କହିବାକୁ ପଡେ 

ମା" ତୁ ସକାଳୁ ସକାଳୁ

ବିରକ୍ତ କରେନି ଚାଲିଯାଆ ।


ଯେତେ ସବୁ ନୂଆ ଯାତ୍ରି ଆସନ୍ତି

ଟଙ୍କାଟିଏ ମାଗିବାରେ

ସେମାନଙ୍କ କୁଣ୍ଠାବୋଧ ନଥାଏ

ଫୁଟପାଥ,ବସଷ୍ଟାଣ୍ତ ରେଲ ଷ୍ଟେସନରେ

ନିଜର ଆଶ୍ରୟ ମାଗିଥିବା ଭିକୁକଟି

ପୁଣିଥରେ ତାର କର୍ମ କରିଚାଲେ

ସକାଳୁ ସକାଳୁ ସେଇ ମୁଣିଧରି

ବାବୁ ଟଙ୍କାଟିଏ ଦିଅ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy