STORYMIRROR

Rabindra kumar Sahoo

Abstract Tragedy

3  

Rabindra kumar Sahoo

Abstract Tragedy

କ୍ରୋଧର ନିଆଁ

କ୍ରୋଧର ନିଆଁ

1 min
928


ମଣିଷର ଶତ୍ରୁ

ମାନବ ଜାତିର ଚିର ଶତ୍ରୁ

ବିନାଶ କରଇ ସେ ସାରା ଦୁନିଆଁ

ସେ ବିଶ୍ଵ ବିଧ୍ଵଂସକାରୀ କ୍ରୋଧର ନିଆଁ ।


ସେ ହତ୍ୟାକାରୀ ସେ ଅତ୍ୟାଚାରୀ

ସେ ଦୁରାଚାରୀ ସେ ବିନାଶକାରୀ

କ୍ଷଣକେ ଧ୍ଵଂସ ବିଧ୍ଵଂସ କରିପାରେ

ସମଗ୍ର ସଂସାର ସମଗ୍ର ଦୁନିଆଁ

ସେ ହଳହଳା ବିଷ ସେ ପିଶାଚ ସଦୃଶ

ନଥାଏ ତା ପାଶେ ହିତାହିତ ଜ୍ଞାନର ନାଁ

ସେ ସମଗ୍ର ବିଶ୍ଵ ଜଗତର ଶତ୍ରୁ

ସେ ଅଟେ କ୍ରୋଧର ନିଆଁ ।


ଯେତେ ଯେତେ ଯୁଦ୍ଧ ମହାଯୁଦ୍ଧ

ଘଟିଛି ବିଶ୍ଵେ

ସବୁର ଅଟେ ସେ ରଚୟିତା

ସବୁ ଅଶାନ୍ତି ଓ ବିଶୃଙ୍ଖଳାର

ଅଟେ ଯେ ଜନ୍ମଦାତା

ଅଗ୍ନିର ସ୍ଫୁଲିଙ୍ଗ ଠାରୁ ଅଟେ ବଳୀୟାନ

ମହାପ୍ରଳୟର ସୃଷ୍ଟି କରତାଟି ଜାଣ

ତା ଠି ନାହିଁ ବୁଝାମଣା ନ ଭାଳେ ।


ଆଗତ ଭବିଷ୍ୟତ

ନ ଭାଳେ ସେ ଶେଷ ପରିଣାମ

ସୃଷ୍ଟି ବିନଷ୍ଟକାରୀ ବହେ ତା'ର ନାମ

ଗ୍ରାମ ବା ସହର

ଦେଶ ବିଦେଶ ଅବା ପରିବେଶ

ନ ଚିନ୍ତେ ସେ ସ୍ଥାନ କାଳ ପାତ୍ର

ନ ଭାଳେ ସେ କେବେ ପୁଣି ଘରପରିବାର

ତା ଯୋଗୁଁ ଶତ ଶତ ବାର ଜଳିଛି ଦୁନିଆଁ

ସେ ବ୍ରହ୍ମାସ୍ତ୍ର ଠାରୁ ଶକ୍ତିଶାଳୀ

ସୃଷ୍ଟି ନାଶକାରୀ ଅଟେ

ସେ କ୍ରୋଧର ନିଆଁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract