ହସ ଦୁଃଖ
ହସ ଦୁଃଖ
ହାତ ବଢାଇଲେ
ହଜାରେ ମିଳିବେ
ହସିବାକୁ ତୁମ ସୁଖରେ ।
ସେହି ହାତ ପୁଣି
ଜଣକୁ ପାଏ ନା
କାନ୍ଦିବାକୁ ତୁମ ଦୁଃଖରେ ।
କାନ୍ଦିବା ସମୟେ
ଗୋଟିଏ ଆଙ୍ଗୁଠି
ଲୁହ ସିନା ପୋଛି ଥାଏ ।
ହସିବା ସମୟେ
ଦଶ ଆଙ୍ଗୁଠି ତ
ତାଳି ମାରି ଖୁସି ହୁଏ ।
ଦୁଃଖ ବେଳେ ସିନା
ଗୋଟାଏ ଅଙ୍ଗ
ଆଖି କାନ୍ଦି କଷ୍ଟ ପାଏ ।
ସୁଖରେ କିନ୍ତୁ
ସବୁ ଅଙ୍ଗ ଯାକ
ସାଥୀ ହୋଇ ଖୁସି ହୁଏ ।
