Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Manjurani Mishra

Tragedy Classics Inspirational

3  

Manjurani Mishra

Tragedy Classics Inspirational

ମା

ମା

1 min
1.2K


ପିଲାବେଳେ ଆଖିରେ ଧୂଳି ପଡିଗଲେ

ମାଆ କାମ ଦାମ ଛାଡି ଧାଇଁ ଆସୁଥିଲା

ପାଣି ଛାଟି ପଣତରେ ପୋଛି ଦେଉଥିଲା


ଆଜି ମାଆର ଚଷମା ଭାଙ୍ଗି ଯାଇଛି

ସଜାଡ଼ିବା ପାଇଁ ପୁଅ ସମୟ ମାଗୁଛି

ମାଆ ଆଖିକୁ ଝାପ୍ସା ଦିଶୁଛି ଦେଇ ପିଣ୍ଡି

ନିର୍ମାଲ୍ୟ ପୁଟୁଳି ଚନ୍ଦନ ପେଡି

ଶଙ୍ଖ ଘଣ୍ଟି ଧୂପଦାନୀ ପୂଜା ଚାଙ୍ଗୁଡ଼ି

ପାଟ କନା ରେ ବନ୍ଧା ଲକ୍ଷ୍ମୀ ଗୁଆ ଫରୁଆ

ପୁରୁଣା ଭଜନ ଗାଇ ନିଜକୁ ନିଜେ

ସାନ୍ତ୍ୱନା ଦେଉଛି ମାଆ

ହାତ ଯୋଡୁଛି ଶୁଭ ମନାସୁଛି

ସବୁ କଥା କୁ ଠାକୁର ସାହା


ତଥାପି

ମାଆ ଗୁରୁବାର ମାଣ ବସାଉଛି

ଲେଖୁଛି ଝୋଟି ଚିତା

ଚଉରା ମୂଳେ ଦେଉଛି ସଞ୍ଜ ସଳିତା

ସଜାଡୁଛି ଘର ବାହାର

ବନ୍ଧୁ କୁଣିଆ ଗହଳ ଚହଳ

ଧାନ ଖଳା ଶାଗ ପଟାଳିରୁ ହାଣ୍ଡିଶାଳ

ଚଷମା ସଜାଡ଼ିବା ପାଇଁ

ପୁଅ ପାଖକୁ ଆଉଥରେ ଖବର ପଠାଉଛି

ପଡିଶା ଘର ପୁଅ ସହର ଯାଉଛି

ସଜାଡୁଛି  ମୁଢି ନଡ଼ିଆ ମୁଆଁ ପିଠା

ବାରିର  କଞ୍ଚା ପାଚିଲା କଦଳୀ

ଆମ୍ବ ପଣସ  ବାରମାସୀ ପିଜୁଳି  ।


Rate this content
Log in