STORYMIRROR

Rabindra kumar Sahoo

Tragedy

3  

Rabindra kumar Sahoo

Tragedy

ଦୁଇ ଧାର ଲୁହ

ଦୁଇ ଧାର ଲୁହ

1 min
1.3K

   ଅନ୍ତରର କୋହ

   ଭଲ ପାଇବାର ମୋହ

  ସ୍ନେହ ମମତା ଓ ମାନ ଅଭିମାନର

  ଅନୁତାପ ଓ ଦୁଃଖ ପରିତାପର

   ଶେଷ ପରିଚୟ

   ସୃଷ୍ଟି କରେ ନୟନେ

  ସଭିଙ୍କର ଦୁଇ ଧାର ଲୁହ ।


   ଘୃଣା ପ୍ରତାରଣା ବି ବେଳେବେଳେ

   ମନେ ଆଣେ ଅନେକ ସଂଶୟ

  କାମ କ୍ରୋଧ ଲୋଭ ମୋହ

  ଜୀବନକୁ କରେ ଦୁର୍ବିସହ

   ଅନ୍ୟାୟ ଅନୀତି ଅଧର୍ମକୁ

   ସହ୍ୟ ନ କରିପାରିବାର

   ଶେଷ ପରିଣତି ମଧ୍ୟ

   ପ୍ରତ୍ୟେକ ହୃଦୟର 

   ବାର୍ତ୍ତା ସ୍ଵରୂପ ହୋଇ

   ବହିଯାଏ ନୟନୁ ଦୁଇ ଧାର ଲୁହ ।


  ପ୍ରେମିକାର ଧୋକା

   ପ୍ରେମିକ ମନର ଭୟ ଓ ଆଶଙ୍କା

  ପ୍ରତାରିତ ଓ ପ୍ରତ୍ୟାଖିତ ହେବା 

   ପ୍ରେମିକାର ପ୍ରେମରୁ

  ସେ ସ୍ଵର୍ଗୀୟ ପ୍ରେମରୁ ବଞ୍ଚିତ ହୋଇ

   ପ୍ରେମିକ ହୃଦୟର ଯେଉଁ

   ଦୁଃଖ ଓ ଅବସାଦର କୋହ

  ସେ ବୁହାଇ ଥାଏ ନୟନୁ ଦୁଇ ଧାର ଲୁହ ।


  ଯୁଦ୍ଧ ସଦୃଶ ଧର୍ମ ରେ ଥାଇ

   ଅଧର୍ମୀମାନଙ୍କ ଦ୍ଵାରା

  ଯେବେ ଲଭିବାକୁ ହୁଏ ପରାଜୟ

  ପିତାମାତା ଆତ୍ମୀୟ ସ୍ଵଜନଙ୍କ ଦ୍ଵାରା

  ପ୍ରତ୍ୟାଖିତ ବ୍ୟକ୍ତିଟି 

  ବାରମ୍ବାର ଲଭେ ଯେଉଁ ପରାଜୟ

  ଧର୍ମ ଅଧର୍ମ ନ ବିଚାରି

  ଅବିଚାରିତ ଭାବେ 

  ଆତ୍ମୀୟ ସ୍ଵଜନ ମାନେ 

   ଜୀବନର ଚଲାପଥ

   କରନ୍ତି କଣ୍ଟକମୟ

  ସେହି ବିଚରା ବ୍ୟକ୍ତିଟି ହୋଇ ଅସହାୟ

   ପ୍ରତି ମୁହୂର୍ତ୍ତେ ଝରାଏ 

   ତା ଆଖିରୁ ରୁଧିର ସଦୃଶ

   ଦୁଇ ଧାର ଲୁହ ।


  ସାଙ୍ଗ ସାଥୀ ଯଦି 

   ସାଜନ୍ତି ବିଶ୍ଵାସ ଘାତକ

  ତ୍ୟାଗୀ ଉପକାରୀ 

   ଲୋକଙ୍କୁ ଯେ ଭାଳେ

   ସମାଜର କଣ୍ଟକ

   ପ୍ରତି ପଦେ ପଦେ ଯେ

   ରଖେ ମନେ ଘାତ ପ୍ରତିଘାତ

   ପାଇବାର ଭୟ

   ନ୍ୟାୟ ପଥେ ଥାଇ ମଧ୍ୟ

   ଯେ ହୁଏ ଦଣ୍ଡନୀୟ

  କୁଚକ୍ରୀମାନଙ୍କ ଚକ୍ରାନ୍ତରେ

   ଶିକାର ହୁଏ ଯେ ଅହରହ

  ପ୍ରତି କ୍ଷଣେ କ୍ଷଣେ ସେ ଝରାଏ

   ତା ନୟନ ଯୁଗଳୁ ଦୁଇ ଧାର ଲୁହ ।



Rate this content
Log in

Similar oriya poem from Tragedy