STORYMIRROR

subrat kumar jena

Abstract

2  

subrat kumar jena

Abstract

"ପାହିନି ଏ ଅମା ରାତି"

"ପାହିନି ଏ ଅମା ରାତି"

1 min
147

"ପାହିନି ଏ ଅମା ରାତି"

କରି ରଖିଛି ଜାହା ଦଶନ୍ଧି ଦଶନ୍ଧି ଧରି,

କେହି କେବେ ପରିବ୍ୟାଖ୍ୟାନ କରିପାରିବନି,

ଏ ରାତ୍ରିର ଗାଢତାକୁ କିମ୍ବା ପରିସୀମାକୁ

ଏଜେ ଆକାର ହୀନ,ଏ ପ୍ରକାର ହୀନ,

ତଥାପି ଗତି ,ଏହାର ନିଆଁ ପାଣି ପବନ ପରି,

ଫରକ ଏତିକି ଯାହା ,

ସେମାନେ ସଂଚରିତ ହୁଅନ୍ତି ଜଗତର କଲ୍ୟାଣ ଲାଗି,

ଆଉ ଏ ପ୍ରସାରିତ ହୁଏ ସଂକ୍ରାମକ ବ୍ୟାଧି ପରି.

ଅନେକଙ୍କୁ କବଳିତ କରେ ଘୃଣ୍ୟ ଭାବରେ,

ଲକ୍ଷ୍ୟ ତାର ବଢାଇବାକୁ ପରିସଂସ୍ଥାନ ,ଉପସ୍ଥାନ,

ତେଣିକି ସେ କଳେ ବଳେ ଅବା କୌଶଳେ

ଦ୍ରୁତ ଗତିରେ ଧାଉଁଥିବା ପୁଣ୍ୟର ରଥର ଗତିରେ ଲାଗେ ବିରାମ,

କିଛି କ୍ଷଣ ମଣିଷ ହେଉ ଅବା ପଶୁ ଭୁଲିଯାଏ ଗନ୍ତବ୍ୟ,

ଚାରିଆଡେ ଭରିଥାନ୍ତି ଖାଲି ନିଶାଚର,

ଆଖିପଲକରେ ଝପଟି ନେବାକୁ ଅନ୍ୟର ଜୀବନବ୍ୟାପୀ ସଂଚିତକୁ

ଏ ଯେ କିପରି ମହମାରି ,ମିଳିନାହିଁ ଆଜିଯାଏ ଉପଚାର,

ସବୁବେଳେ ଭାଙ୍ଗିବାକୁ ଚେଷ୍ଟାକରେ ବସୁନ୍ଧମ କୁଟୁମ୍ବକମ କୁ,

କାନେ କାନେ କହିବୁଲେ "ନିଜେ ବଂଚିଲେ ବାପର ନାଁ"ମନ୍ତ୍ର,

ଏଥିଲାଗି ପରା ଏ ଅରାଜକତା ,ହିଂଶ୍ରପଣ ମାନୁନି କାହାକୁ,

ସବୁର ତ ସୀମା ଅଛି ହେଲେ ଏହାର

ଏତେ ସୁଦୂରପ୍ରସାରି ହେଲାଯେ କେମିତି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract